୧୫ ଫୁଟ୍‌ ତଳକୁ ଖସି ଗଛରେ ପିଟି ହେଲା ଟ୍ରକ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 9, 2023

୧୫ ଫୁଟ୍‌ ତଳକୁ ଖସି ଗଛରେ ପିଟି ହେଲା ଟ୍ରକ୍

ଭାରସାମ୍ୟ ହରାଇ ଘାଟିର୧୫ ଫୁଟ୍‌ ତଳକୁ ଖସିଲା ଟ୍ରକ୍। ଦୁର୍ଘଟଣା ଡ୍ରାଇଭର ଓ ହେଲପର ଆହତ ହୋଇଛନ୍ତି। ଏପରି ଦୁର୍ଘଟଣା ଘଟିଛି ଗଜପତି ଜିଲ୍ଲା ଆର.ଉଦୟଗିରି ଚମ୍ପା ଘାଟିରେ।

ଆଜି ସକାଳେ ଟ୍ରକ୍‌ଟି ପାରଳାଖେମୁଣ୍ଡିରୁ ଖାଲି ମଦ ବୋତଲ ନେଇ ଭୁବନେଶ୍ୱର ଅଭିମୁଖେ ଯାଉଥିଲା। ଏହି ସମୟରେ ଚମ୍ପା ଘାଟିରେ ଟ୍ରକ୍‌ଟି ଭାରସାମ୍ୟ ହରାଇ ୧୫ ଫୁଟ ତଳକୁ ଖସି ପଡ଼ିଥିଲା। ପରେ ଟ୍ରକ୍‌ଟି ଗଛରେ ପିଟି ହୋଇଯାଇଥିଲା। 

ଟ୍ରକ୍‌ ହେଲପର ନିଜ ଜୀବନ ବଞ୍ଚାଇବାକୁ ଯାଇ ଗାଡ଼ିରୁ ଡେଇଁ ପଡ଼ିଥିଲେ। ହେଲେ ଡ୍ରାଇଭର ଷ୍ଟେରିଙ୍ଗରେ ଚାପି ହୋଇ ରହିଯାଇଥିଲେ। ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି କଟର ମେସିନ ସାହାଯ୍ୟରେ କାଟି ଡ୍ରାଇଭରକୁ ଉଦ୍ଧାର କରିବାକୁ ଉଦ୍ୟମ ଚଳାଇଛନ୍ତି।  ଡ୍ରାଇଭରର ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ଆହତ ହେଲପରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁଲିସ ଘଟଣାର ତଦନ୍ତ କରୁଛି।
 



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/2LFtn7W

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages