ଛୁଟିରେ ଆସିଥିବା ଯବାନଙ୍କୁ ଅପହରଣ ପରେ ହତ୍ୟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 17, 2023

ଛୁଟିରେ ଆସିଥିବା ଯବାନଙ୍କୁ ଅପହରଣ ପରେ ହତ୍ୟା

ମଣିପୁର ପୂର୍ବ ଇମ୍ଫାଲ ଜିଲ୍ଲାରେ ଜଣେ ସୈନିକଙ୍କ ଅପହରଣ ପରେ ହତ୍ୟା କରାଯାଇଛି। କିଛି ଲୋକ ଅସ୍ତ୍ରଶସ୍ତ୍ର ଧରି ଘରୁ ଅପହରଣ କରିନେଇଥିଲେ। ଗତକାଲି ତାଙ୍କ ମୃତଦେହ ଉଦ୍ଧାର ହୋଇଛି। ଯବାନ ଜଣକ ଘରକୁ ଛୁଟିରେ ଆସିଥିବା ସମୟରେ ଏପରି ବର୍ବର କାଣ୍ଡ ଭିଆଇଛନ୍ତି ଦୁର୍ବୃତ୍ତ । 

ମୃତ ଯବାନଙ୍କ ନାମ ସର୍ତୋ ଥଙ୍ଗଥଙ୍ଗ କୋମ(49)। ରାଜଧାନୀ ଇମ୍ଫାଲରେ ତାଙ୍କ ଘର। ସେ ଡିଫେନ୍ସ ସର୍ଭିସ୍ କୋର୍(ଡିଏସସି)ରେ ନିଯୁକ୍ତ ହୋଇଥିଲେ। ପୁଲିସର କହିବା ଅନୁସାରେ, ତିନିଜଣ ସଶସ୍ତ୍ର ବ୍ୟକ୍ତି ଶନିବାର (ସେପ୍ଟେମ୍ବର 16) ରେ ଥଙ୍ଗଥଙ୍ଗଙ୍କ ଇମ୍ଫାଲ ପଶ୍ଚିମ ଜିଲ୍ଲାର ହାପି ଉପତ୍ୟକାର ତାରଙ୍ଗ ସ୍ଥିତ ବାସଭବନକୁ ଜୋର୍ ଜବରଦସ୍ତ ପ୍ରବେଶ କରିଥିଲେ। ବନ୍ଧୁକ ଦେଖାଇ ଥଙ୍ଗଥଙ୍ଗଙ୍କୁ ଅପହରଣ କରି ନେଇଥିଲେ। 

ରବିବାର ଇମ୍ଫାଲ ପୂର୍ବ ଜିଲ୍ଲାସ୍ଥିତ ଖୁନିଙ୍ଗଠେକ୍ ଗ୍ରାମରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଥଙ୍ଗଥଙ୍ଗଙ୍କ ମୁଣ୍ଡରେ ଗୋଟିଏ ଗୁଳି ବାଜିଛି। ଏହି କାରଣରୁ ତାଙ୍କର ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି। ଏପରି ଏକ ବର୍ବର କାଣ୍ଡକୁ ନିନ୍ଦା କରିଛି ସେନା। ଥଙ୍ଗଥଙ୍ଗଙ୍କ ଘରେ ପହଞ୍ଚି ପରିବାରଜନଙ୍କୁ ଆଶ୍ୱାସନା ଦେଇଛନ୍ତି। ପରିବାରକୁ ସମସ୍ତ ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି। 

ସୂଚନା ଅନୁସାରେ, ଥଙ୍ଗଥଙ୍ଗଙ୍କର ପତ୍ନୀ, ପୁଅ ଓ ଝିଅ ଅଛନ୍ତି। ସେ ଅଷ୍ଟମ ଆସାମ ରେଜିମେଣ୍ଟରୁ ସ୍ୱେଚ୍ଛାକୃତ ଅବସର ନେବା ପରେ କିଛି ବର୍ଷ ପୂର୍ବେ ଡିଏସସିରେ ପୁନଃନିଯୁକ୍ତ ହୋଇଥିଲେ। ଛୁଟିରେ ଘରକୁ ଆସିଥିଲେ, ଆଜି କାର୍ଯ୍ୟରେ ଯୋଗ ଦେବାର ଥିଲା।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/z8v5JIF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages