ମର୍ଣ୍ଣିଂ ୱାକ୍ ବେଳେ ମାଡ଼ିଗଲା ଗାଡ଼ି; ଦୁଇ କଲେଜ ଛାତ୍ରଙ୍କ ସମେତ ୩ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 7, 2023

ମର୍ଣ୍ଣିଂ ୱାକ୍ ବେଳେ ମାଡ଼ିଗଲା ଗାଡ଼ି; ଦୁଇ କଲେଜ ଛାତ୍ରଙ୍କ ସମେତ ୩ ମୃତ

ରାଜ୍ୟର ପୃଥକ ପୃଥକ ସ୍ଥାନରେ ଆଜି ସକାଳେ ଗାଡ଼ି ଧକ୍କାରେ ୩ ଜଣଙ୍କର ମୃତ୍ୟୁ ଘଟିଛି। ଏହି ତିନି ଜଣ ମର୍ଣ୍ଣିଂ ୱାକ୍‌ରେ ବାହାରିଥିବା ବେଳେ ଦୁର୍ଘଟଣାର ଶିକାର ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଦୁଇ ଜଣ ଯୁକ୍ତ ଦୁଇ ଛାତ୍ର ଅଛନ୍ତି।

ବଲାଙ୍ଗିର-ପାଟଣାଗଡ଼ ରାସ୍ତାର ଗେଡ଼ାବାଞ୍ଜି ଛକ ନିକଟରେ ଶିଆଳବାହାଳୀ ଗାଁର ୪ ଜଣ ଛାତ୍ର ଓ ଯୁବକ ରାସ୍ତାରେ ମର୍ଣ୍ଣିଂ ୱାକ୍ କରୁଥିଲେ। ସେହି ସମୟରେ ଏକ ପିକ୍‌ଅପ୍ ଭ୍ୟାନ୍ ଦ୍ରୁତଗତିରେ ଆସି ସେମାନଙ୍କ ମଧ୍ୟରୁ ଜଣଙ୍କୁ ପିଟି ଦେଇ ଚାଲି ଯାଇଥିଲା। ତାଙ୍କ ନାଁ ପୁରୁଷୋତ୍ତମ ଭୋଇ। ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା।

ପୁରୁଷୋତ୍ତମ ଯୁକ୍ତ ଦୁଇର ଛାତ୍ର ଥିଲେ। ସେ ସିଲବାହାଲିରେ ତାଙ୍କ ମାମୁ ଘରେ ରହୁଥିଲେ ଓ ସାହାଜବାହାଲ କଲେଜରେ ପଢୁଥିଲେ।

ଏହି ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ତଥା ଆଦିବାସୀ ସଂଘର ସଦସ୍ୟମାନେ ପୁରୁଷୋତ୍ତମଙ୍କ ମୃତଦେହକୁ ରଖି ରାସ୍ତାରୋକ କରିଛନ୍ତି। ପୁରୁଷୋତ୍ତମଙ୍କ ପରିବାର ଲୋକଙ୍କୁ କ୍ଷତିପୂରଣ ପ୍ରଦାନ ସହିତ ଦୁର୍ଘଟଣା ଘଟଣାଇଥିବା ପିକ୍‌ଅପ୍ ଭ୍ୟାନ୍ ଡ୍ରାଇଭରଙ୍କୁ ଗିରଫ କରିବାକୁ ସେମାନେ ଦାବି କରିଛନ୍ତି। ଫଳରେ ସେହି ରାସ୍ତାରେ ଗାଡ଼ି ଚଳାଚଳ ପ୍ରଭାବିତ ହୋଇଛି।

ସେହିପରି ଅନୁଗୋଳ ଜିଲ୍ଲା ପାଲଲହଡ଼ାର ମୁକ୍ତାପୁର ଛକରେ ୪୯ ନମ୍ବର ଜାତୀୟ ରାଜପଥରେ ଅଜଣା ଗାଡ଼ି ଧକ୍କାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ସେମାନେ ମଧ୍ୟ ମର୍ଣ୍ଣି ୱାକ୍‌ରେ ଯାଉଥିବା ବେଳେ କୌଣସି ଗାଡ଼ି ପିଟି ଦେଇ ଫେରାର ହୋଇଯାଇଥିଲା।

ମୃତକ ଦ୍ୱୟ ହେଉଛନ୍ତି- ସାଧୁ ସାମାଡ଼ (୨୮) ଓ ବାବୁଲି ଣୁଣ୍ଢି (୧୭)। ସାଧୁଙ୍କ ଘର ମୁକ୍ତାପୁରରେ। ସେ ଇଞ୍ଜିନିୟରିଂ ପଢ଼ିଥିଲେ। ବାବୁଳି ମୁକ୍ତାପୁରରେ ତାଙ୍କ ମାମୁ ଘରେ ରହି ପାଲଲହଡ଼ା ସ୍ଥିତ ମାଲ୍ୟଗିରି କଲେଜରେ ଯୁକ୍ତ ଦୁଇରେ ପଢୁଥିଲେ।

ରିପୋର୍ଟ- ବଲାଙ୍ଗିରରୁ ଘଟେଶ୍ୱର ମିଶ୍ର ଓ ଅନୁଗୋଳରୁ ବିରଜା ଦାଶ



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/usmaCYO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages