ମାଲବାହୀ ଟ୍ରେନ୍ ଧକ୍କାରେ ହାତୀ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 24, 2023

ମାଲବାହୀ ଟ୍ରେନ୍ ଧକ୍କାରେ ହାତୀ ମୃତ

ମାଲବାହୀ ଟ୍ରେନ୍ ଧକ୍କାରେ ଏକ ମାଈହାତୀର ମୃତ୍ୟୁ ଘଟିଛି। କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ବାମେବାରୀ ସେକ୍ସନ୍ ନୟାଗଡ଼ ବିଟ୍‌ ଜଗନ୍ନାଥପୁର ଗ୍ରାମ ନିକଟରେ ଘଟିଛି ଏହି ଘଟଣା। ବନ ବିଭାଗ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି।

କେନ୍ଦୁଝର ଡିଏଫ୍‌ଓ ଏଚ୍‌.ଡି ଧନରାଜ ଜାରି କରିଥିବା ପ୍ରେସ୍ ରିଲିଜ୍ ଅନୁଯାୟୀ ଆଜି ସକାଳ ୫ଟାରୁ ୬ଟା ମଧ୍ୟରେ ଏହି ଘଟଣା ଘଟିଛି। ସେହି ଅଞ୍ଚଳରେ ହାତୀର ଉପସ୍ଥିତି ନେଇ ସତର୍କ ସୂଚନା ଜାରି କରାଯାଇଥିଲା। ତଥାପି ଏହି ଦୁର୍ଘଟଣାକୁ ଏଡ଼ାଇ ଦିଆଯାଇପାରି ନଥିଲା। କୁହୁଡ଼ି ଏହାର କାରଣ ହୋଇପାରେ। ଏନେଇ ତଦନ୍ତ ଜାରି ରହିଛି।

ଘଟଣା ସଂପର୍କରେ ବନ ବିଭାଗ ପକ୍ଷରୁ ରେଳ ବିଭାଗ ଅଧିକାରୀଙ୍କୁ ସୂଚନା ଦିଆଯାଇଛି। ଭେଟିନାରୀ ଟିମ୍‌, ରେଳବାଇ ପୁଲିସ୍ ଓ ସ୍ଥାନୀୟ ପୁଲିସକୁ ମଧ୍ୟ ସୂଚନା ଦିଆଯାଇଛି। ତଦନ୍ତ ଅଧିକାରୀ ଏସିଏଫ୍ ଅଶୋକ ଦାସ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଘଟଣା ସଂପର୍କରେ ସବିଶେଷ ତଥ୍ୟ ତଦନ୍ତ ଶେଷ ହେବା ପରେ ଦିଆଯିବ ବୋଲି କହିଛନ୍ତି ଡିଏଫଓ।

୨୦୧୫-୧୬ରୁ ୨୦୨୩-୨୪ (୨୫.୦୯.୨୦୨୩) ମସିହା ସୁଦ୍ଧା ରାଜ୍ୟରେ ୬୯୮ଟି ହାତୀଙ୍କର ମୃତ୍ୟୁ ଘଟିଛି। ବିଭିନ୍ନ ରୋଗ, ବିଦ୍ୟୁତ୍ ଆଘାତ, ରେଳ ଦୁର୍ଘଟଣା, ଶିକାର, ବିଷ ପ୍ରୟୋଗ ଇତ୍ୟାଦି କାରଣ ଯୋଗୁ ଏହି ହାତୀମାନଙ୍କର ମୃତ୍ୟୁ ଘଟିଛି। ଗତ ବିଧାନସଭାର ମୌସୁମୀ ଅଧିବେଶନରେ  ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଗୃହରେ ଏହି ତଥ୍ୟ ଦେଇଥିଲେ। 



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/eV5Sk0O

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages