ଛୋଟ ପରଦାର ପପୁଲାର ଅଭିନେତ୍ରୀ ତଥା ନାଗିନ ଫେମ୍ ମଧୁରା ନାଇରଙ୍କ ପରିବାର ଉପରେ ଲଦି ହୋଇ ପଡ଼ିଛି ଦୁଃଖଦ ପାହାଡ଼ । ଇସ୍ରାଏଲ ଓ ହମାସ ଯୁଦ୍ଧ ଯୋଗୁ ତାଙ୍କ ଘରେ ଖେଳି ଯାଇଛି ଦୁଃଖର ପାହାଡ଼ । କାରଣ ଏହି ଯୁଦ୍ଧରେ ହମାସ ଆତଙ୍କବାଦୀଙ୍କ ଗୁଳିର ଶିକାର ହୋଇ ଆଖି ବୁଜିଛନ୍ତି ମଧୁରାଙ୍କ ସମ୍ପର୍କୀୟ ଭଉଣୀ ଓ ଭିଣୋଇ ।
ସୋଶାଲ ମିଡିଆରେ ଏକ ଭିଡିଓ ଶେଆର କରି ମଧୁରା ଏ ସମ୍ପର୍କରେ ନିଜ ଯନ୍ତ୍ରଣା ବଖାଣିଛନ୍ତି। ଏପରିକି ଆତଙ୍କବାଦୀମାନେ କିପରି ଦୁଇ ଛୋଟ ଛୁଆଙ୍କ ସାମନାରେ ତାଙ୍କ ପିତାମାତାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି ସେ ସମ୍ପର୍କରେ କହିଛନ୍ତି। ଏଥିସହ ସେ ସେମାନଙ୍କ ଫୋଟ ବି ସୋଶାଲ ମିଡିଆରେ ପୋଷ୍ଟ କରିଛନ୍ତି ।
ସୋଶାଲ ମିଡିଆରେ ମଧୁରା ନିଜ ଭିଡିଓରେ କହିଛନ୍ତି, ମୁଁ ମଧରା ନାଇକ, ଭାରତରେ ଜନ୍ମିତ ୟେହୁଦୀ। ଭାରତରେ ଆମ ସଂଖ୍ୟା ମାତ୍ର ୩ହଜାର । ଗତ ୭ ତାରିଖ ପୂର୍ବରୁ ଆମେ ଆମ ପରିବାରର ଦୁଇ ସଦସ୍ୟଙ୍କୁ ହରାଇଛୁ। ସେମାନେ ହେଲେ ମୋ’ ଭଉଣୀ ଔଡାୟା ଓ ତାଙ୍କ ସ୍ୱାମୀ। ତାଙ୍କ ଦୁଇ ଛୁଆଙ୍କ ସମ୍ମୁଖରେ ହିଁ ଆତଙ୍କବାଦୀମାନେ ଗୁଳି କରି ଉଭୟଙ୍କ ଜୀବନ ନେଇଛନ୍ତି। ଏବେ ମୋ’ ପରିବାର ଯେଉଁ କଠିନ ସମୟ ଦେଇ ଗତି କରୁଛୁ, ତାହା ଭାଷାରେ ବର୍ଣ୍ଣନା କରିବା ସମ୍ଭବପର ନୁହେଁ। ନିଜ ଭିଡିଓରେ ମଧୁରା ଇସ୍ରାଏଲକୁ ସମର୍ଥନ କରୁଥିବା ଦେଖିବାକୁ ମିଳିଛି।
ଏଥିସହ ସେ କହିଛନ୍ତି, ଆଜି ଇସ୍ରାଏଲ ବହୁ ଦୁଃଖ କଷ୍ଟରେ ଗତି କରୁଛି। ହମାସ ନିଆଁରେ ଛୁଆଠୁ ଆରମ୍ଭ କରି ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ଜଳୁଛନ୍ତି। ଏହି କଷ୍ଟ ଦେଇ ମୋ’ ପରିବାର ବି ଗତି କରୁଛି। ମୁଁ ମୋ’ ସମ୍ପର୍କୀୟଙ୍କ ଏକ ଫଟୋ ଶେଆର କରି ଦେଖାଇବାକୁ ଚାହୁଁଛି ଫିଲିସ୍ତିନ ଷଡଯନ୍ତ୍ର କିପରି କାମ କରୁଛି। ସେମାନେ ଦୁନିଆ ସମ୍ମୁଖରେ ଇସ୍ରାଏଲ ନାଗରିକଙ୍କୁ ହତ୍ୟାକାରୀ ସଜାଇବାକୁ ଯୋଜନା କରୁଛନ୍ତି। କିନ୍ତୁ ଏହା ଠିକ୍ ନୁହେଁ। କାରଣ ନିଜକୁ ସୁରକ୍ଷା ଦେବାକୁ କେବେ ବି ଆତଙ୍କୀ କାର୍ଯ୍ୟକଳାପ ନୁହେଁ।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/mt2wLjR
No comments:
Post a Comment