ଉପଭୋକ୍ତା ଅଧିକାର ଦିବସ ପାଳନର ଉଦ୍ଦେଶ୍ୟ କ'ଣ, ଜାଣନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 23, 2023

ଉପଭୋକ୍ତା ଅଧିକାର ଦିବସ ପାଳନର ଉଦ୍ଦେଶ୍ୟ କ'ଣ, ଜାଣନ୍ତୁ

ଆଜି ଉପଭୋକ୍ତା ଅଧିକାର ଦିବସ। ପ୍ରତିବର୍ଷ ଡିସେମ୍ବର ୨୪ରେ ଏହି ଦିବସ ପାଳନ ହୁଏ। ଗ୍ରାହକ ବା ଉପଭୋକ୍ତାଙ୍କୁ ବିଭିନ୍ନ ପ୍ରକାରର ଶୋଷଣ ଯେପରିକି ତ୍ରୁଟିପୂର୍ଣ୍ଣ ଦ୍ରବ୍ୟ ବିକ୍ରି, ସେବାର ଅଭାବ ଏବଂ ଅନୈତିକ ବାଣିଜ୍ୟ ବିରୁଦ୍ଧରେ ସୁରକ୍ଷା ଯୋଗାଇବା ସହ ସଚେତନ କରାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଏହି ଦିବସ ପାଳନ କରାଯାଏ।

ଉପଭୋକ୍ତା ଅଧିକାର ଦିବସ ଇତିହାସ
୧୯୮୬, ଡିସେମ୍ବର ୨୪ ତାରିଖରେ ରାଷ୍ଟ୍ରପତିଙ୍କ ଅନୁମୋଦନ କ୍ରମେ ଉପଭୋକ୍ତା ସୁରକ୍ଷା ଅଧିନିୟମ ୧୯୮୬ ଲାଗୁ ହୋଇଥିଲା। ଏହି ଦିନକୁ ସ୍ମରଣୀୟ କରିବା ପାଇଁ ପ୍ରତିବର୍ଷ ଡିସେମ୍ବର ୨୪କୁ ଜାତୀୟ ଉପଭୋକ୍ତା ଅଧିକାର ଦିବସ ରୂପେ ପାଳନ କରାଯାଏ। 
 
ଉପଭୋକ୍ତା ଅଧିକାର ଦିବସ କଣ
ଗ୍ରାହକମାନଙ୍କୁ ଦ୍ରବ୍ୟ ବା ସାମଗ୍ରୀ କିଣିବାକୁ ଅଧିକାର ଦେଇଥାଏ ଉପଭୋକ୍ତା ଅଧିକାର ଦିବସ। ଏହି ଅଧିକାର ମାଧ୍ୟମରେ ଗ୍ରାହକମାନେ ଦ୍ରବ୍ୟ କ୍ରୟ ସମୟରେ କିଛି ସ୍ୱାଧୀନତା ପାଇଥାନ୍ତି, ସେଗୁଡ଼ିକ ନିମ୍ନରେ ବର୍ଣ୍ଣନା କରାଯାଇଛି...

  • ଉତ୍ପାଦ ବାଛିବାରେ ଅଧିକାର।
  • ଦ୍ରବ୍ୟ କ୍ରୟ ସମୟରେ ସୁରକ୍ଷା ଅଧିକାର।
  • ସମସ୍ତ ଉତ୍ପାଦର କାର୍ଯ୍ୟଦକ୍ଷତା ଏବଂ ଗୁଣ ବିଷୟରେ ଅବଗତ ହେବାର ଅଧିକାର।
  • ଗ୍ରାହକଙ୍କ ସ୍ୱାର୍ଥ ସହ ଜଡ଼ିତ ସମସ୍ତ ସେବା ବିଷୟରେ ଜାଣିବାର ଅଧିକାର।
  • ଗ୍ରାହକଙ୍କ ଅଧିକାର ଉଲ୍ଲଂଘନ ହୋଇଥିଲେ, ଏହାର ସମାଧାନ ପାଇଁ ସ୍ୱାର ଉଠାଇବାର ଅଧିକାର।


from Latest Odisha Reporter News, Breaking News Today | Top Updates on Corona - OR News https://ift.tt/K9bdNFQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages