ନରହନ୍ତା ଭାଲୁକୁ ପିଟି ମାରିଦେଲେ ଗ୍ରାମବାସୀ। ଲୋକେ ଭାଲୁକୁ ପିଟିବା ବେଳେ ବନକର୍ମଚାରୀ ପ୍ରତିରୋଧ କରିବାରୁ ଦୁଇ କର୍ମଚାରୀଙ୍କୁ ମଧ୍ୟ ମାଡ଼ ହୋଇଥିବା ନେଇ ଅଭିଯୋଗ ହୋଇଛି। ଘଟଣା ଘଟିଛି ନବରଙ୍ଗ ପୁର ଜିଲ୍ଲାରେ।
ନବରଙ୍ଗପୁର ବନାଞ୍ଚଳ ଅଧିନ ଭତରାସିଉନି ଗାଁ ନିକଟରେ ଗତକାଲି ସକାଳେ ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା। ସଂପୃକ୍ତ ବ୍ୟକ୍ତିଙ୍କୁ ଭାଲୁ ଆକ୍ରମଣ କରିବା ଗ୍ରାମବାସୀ ଭାଲୁଟିକୁ ଘଉଡାଇ ଦେଇଥିଲେ। ଭାଲୁଟି ଗାଁ ନିକଟ ଖାଲରେ ଲୁଚି କରି ରହି ଥିଲା। ଏନେଇ ଗ୍ରାମବାସୀ ବନ ବିଭାଗକୁ ଖବର ଦେଇଥିଲେ। ବନ କର୍ମଚାରୀ ପହଞ୍ଚି ଭାଲୁଟିକୁ ଘଉଡାଇବା ପାଇଁ ଚେଷ୍ଟା କରିଥିଲେ। ହେଲେ ଭାଲୁଟି ଖାଲରେ ବାହାରି ନଥିଲା। ପରେ ଗ୍ରାମାବାସୀ ଭାଲୁଟିକୁ ଘଉଡାଇବା ପାଇଁ ଠେଙ୍ଗା ବାଡ଼ିରେ ପିଟିଥିଲେ।
ବନ କର୍ମଚାରୀ ଗ୍ରାମବାସୀଙ୍କୁ ରୋକି ଥିଲେ ସେମାନେ ଶୁଣି ନଥିଲେ। ପରେ ଭାଲୁଟିକୁ ଠେଙ୍ଗାରେ ପିଟିଥିଲେ। ଘଟଣାସ୍ଥଳରେ ଭାଲୁଟିର ମୃତ୍ୟୁ ଘଟିଥିଲା। ଲୋକେ ଭାଲୁକୁ ପିଟିବା ବେଳେ ବନକର୍ମଚାରୀ ପ୍ରତିରୋଧ କରିବାରୁ ଦୁଇ କର୍ମଚାରୀଙ୍କୁ ମଧ୍ୟ ମାଡ ହୋଇଥିବା ନେଇ ଅଭିଯୋଗ ହୋଇଛି। ଗ୍ରାମବାସୀଙ୍କ ମାଡ଼ରେ ୨ ବନକର୍ମଚାରୀ ଆହତ ହୋଇଛନ୍ତି।
ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନବରଙ୍ଗପୁର ଡିଏଫଓ ଶୁଭେନ୍ଦୁ ପ୍ରସାଦ ବେହେରା କହିଛନ୍ତି।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/fmrxHGe
No comments:
Post a Comment