ବାରହା ଶିକାର ପାଇଁ ବିଛା ଯାଇଥିଲା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଲିଗଲା ନାବାଳକ ପୁଅ ଓ ପୁତୁରା ଜୀବନ। ଦୁର୍ଘଟଣାରେ ବାପା ଗୁରୁତର ଆହତ ହୋଇଛନ୍ତି। ଏପରି ଦୁଃଖଦ ଘଟଣା ଗତକାଲି ବିଳମ୍ବିତ ରାତ୍ରିରେ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଅନ୍ତର୍ଗତ ହାତିଲିମୁଣ୍ଡା ଜଙ୍ଗଲରେ ଘଟିଛି।
ମୃତ ଦୁଇ ନାବାଳକ ହେଲେ ସିଂହପାଲି ଗାଁର ନବୀନ ଡୁଙ୍ଗଙ୍କ ପୁଅ ଜିତ ଡୁଙ୍ଗ ଓ ନବୀନଙ୍କ ପୁତୁରା ରମେଶ ଡୁଙ୍ଗ। ନବୀନଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ହାତିଲିମୁଣ୍ଡା ଜଙ୍ଗଲରେ ବାରହା ଶିକାର ପାଇଁ ବିଦ୍ୟୁତ ତାର ବିଛାଯାଇଥିଲା। ଏହି ବିଦ୍ୟୁତ ତାର ସଂସ୍ପର୍ଶରେ ଜିତ ଓ ରମେଶ ଆସି ଯାଇଥିଲେ। ନବୀନ ତାଙ୍କୁ ଉଦ୍ଧାର କରିବାକୁ ସେ ମଧ୍ୟ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯାଇଥିଲେ। ସ୍ଥାନୀୟ ଲୋକେ ପହଞ୍ଚି ଲାଇନ କାଟି ସମସ୍ତଙ୍କୁ ଉଦ୍ଧାର କରିଥିଲେ। ସମସ୍ତଙ୍କୁ ଉଲୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ।
ସେଠାରେ ଡାକ୍ତର ଜିତ୍ ଓ ରମେଶଙ୍କୁ ମୃତ ଘୋଷଣା କରିଥିବା ବେଳେ ନବୀନଙ୍କ ଅବସ୍ଥା ଗୁରୁତର ରହିଛି। ତେବେ କେଉଁ ପରିସ୍ଥିତିରେ ଏଭଳି ଏକ ଅଘଟଣ ଘଟିଲା ତାର କାରଣ ଅସ୍ପଷ୍ଟ ରହିଛି। ଉଲୁଣ୍ଡା ପୁଲିସ ୨ଟି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/7zectGN
No comments:
Post a Comment