ଯାଜପୁରର ପୂର୍ବତନ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ (CDMO) ଙ୍କ ଘରେ ପଶି ଦୁର୍ବୃତ୍ତମାନେ ଛୁରା ମାଡ଼ କରିଥିବା ଅଭିଯୋଗ ହୋଇଛି। ଘଟଣା ଘଟିଛି ଭଦ୍ରକ ଜିଲ୍ଲାର ଟାଉନଥାନା ଅଧିନ ଚାରିଘରିଆରେ। ଆହତ ଅବସରପ୍ରାପ୍ତ CDMOଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତାଙ୍କ ନାଁ ରଘୁନାଥ ପାଢୀ।
ଆଜି ଭୋର ପ୍ରାୟ ୪ଟା ୩୦ ସମୟରେ ଅବସରପ୍ରାପ୍ତ CDMOଙ୍କ ଘରେ ପଶି କିଛି ଦୁର୍ବୃତ୍ତ ଛୁରା ମାଡ କରିଥିବା ଜଣାଯାଇଛି। ଲୁଟ୍ ଉଦ୍ଦେଶ୍ୟରେ ଆସି ଛୁରା ମାଡ କରିଥିବା ସୂଚନା ରହିଛି। ରଘୁନାଥଙ୍କ ଦେହର ୭ରୁ ଅଧିକ ସ୍ଥାନରେ ଦୁର୍ବୃତ୍ତ ଛୁରାମାଡ଼ ହୋଇଥିବା ଜଣାଯାଇଛି। ଅଘଟଣ ଘଟିବା ସମୟରେ ଘରେ ରଘୁନାଥ ଓ ତାଙ୍କ ସ୍ତ୍ରୀ ଥିଲେ। ଭଦ୍ରକ ଟାଉନ ଥାନାଠାରୁ ରଘୁନାଥଙ୍କ ଘର ୫୦୦ ମିଟର ଦୂର ହୋଇଥିବା ବେଳେ ଏପର୍ଯ୍ୟନ୍ତ ଘଟଣାସ୍ଥଳରେ ପୁଲିସ ପହଞ୍ଚି ନାହିଁ। ଯାହାକୁ ନେଇ ରଘୁନାଥଙ୍କ ପରିବାର ଲୋକେ ଓ ସ୍ଥାନୀୟ ଲୋକେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।
ଅନ୍ୟପକ୍ଷରେ ରଘୁନାଥଙ୍କ ଘରୁ ତିନି ତିନି ଥର ଚୋରି ହୋଇଥିବା ସ୍ଥାନୀୟ ଲୋକେ କହିଛନ୍ତି। ହେଲେ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।
ରଘୁନାଥ କହିଛନ୍ତି, ଆମ ଠାକୁର ଘରଟି ଘର ବାହାରେ। ଏଥିପାଇଁ ଆଜି ମୁଁ ଭୋର ୪ଟା ୩୦ରେ ଉଠି କବାଟ ଖୋଲି ଠାକୁର ଘରକୁ ଯାଉଥିଲି। ଏହି ସମୟରେ ମୋତେ ଲାଇଟ୍ରେ ଛାୟି ଦେଖାଯାଇଥିଲା। ମୁଁ କିଏରେ ବୋଲି ପ୍ରଶ୍ନ କରିବାରୁ ସେମାନେ ଆସି ମୋତେ ଛୁରାମାଡ଼଼ କରିଥିଲେ। ଛୁରାମାଡ଼ କରି ମୋର ଖାଦ୍ୟନଳୀ ବାହାର କରିଦେଇଛନ୍ତି। ଦୁର୍ବୃତ୍ତ ମାନେ ବହୁଥର ମୋତେ ଛୁରାମାଡ଼ କରିଛନ୍ତି।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/lyT0L28
No comments:
Post a Comment