ଗର୍ଭଗୃହରେ ରାମ ଲଲା; ସାମ୍ନାକୁ ଆସିଲା ପ୍ରଥମ ଝଲକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 18, 2024

ଗର୍ଭଗୃହରେ ରାମ ଲଲା; ସାମ୍ନାକୁ ଆସିଲା ପ୍ରଥମ ଝଲକ

ସାମ୍ନାକୁ ଆସିଲା ରାମ ଲଲାଙ୍କ ପ୍ରଥମ ଝଲକ। ଗର୍ଭଗୃହରେ ଶ୍ରୀବିଗ୍ରହ ସ୍ଥାପନ କରାଯିବା ପରେ ପ୍ରଥମ ଥର ଲାଗି ଫଟୋ ସାମ୍ନାକୁ ଆସିଛି। ଧଳା ମାର୍ବଲ ଆସ୍ଥାନ ଉପରେ ରାମ ଲଲା ବିରାଜମାନ କରିଛନ୍ତି।

ଆସନ୍ତା ୨୨ ତାରିଖରେ ପ୍ରାଣ ପ୍ରତିଷ୍ଠା ଉତ୍ସବ ଥିବାରୁ ଶ୍ରୀରାମଙ୍କ ମୂର୍ତ୍ତି କପଡ଼ାରେ ଘୋଡ଼ାଇ ରଖାଯାଇଛି। ପୂଜାପାଠ ପରେ ଆସ୍ଥାନ ଭିତରେ ବହୁମୂଲ୍ୟ ରତ୍ନ ରଖାଯିବା ପରେ ରାମ ଲଲାଙ୍କ ବିଗ୍ରହ ଗର୍ଭଗୃହରେ ସ୍ଥାପନ କରାଯାଇଛି।

ବୁଧବାର ରାମ ଲଲାଙ୍କ ମୂର୍ତ୍ତି ମନ୍ଦିର ପରିସରକୁ ଅଣାଯାଇଥିଲା। ଗର୍ଭଗୃହରେ ସ୍ଥାପନ ପୂର୍ବରୁ ମନ୍ଦିର ପରିସରରେ ମୂର୍ତ୍ତି ପରିକ୍ରମା କରିବାର ଯୋଜନା ଥିଲା। ମାତ୍ର ମୂର୍ତ୍ତିର ଓଜନ ଅଧିକ ହେବାରୁ ଏହା ଜାଗାରେ ୧୦ କେଜିର ଚାନ୍ଦି ମୂର୍ତ୍ତି ମନ୍ଦିର ପରିସରରେ ବୁଲାଯାଇଥିଲା। ପରେ ରାମ ଲଲାଙ୍କ ମୂର୍ତ୍ତିକୁ ଆସ୍ଥାନରେ ବିରାଜମାନ କରାଯାଇଥିଲା ।

ଆସନ୍ତା ୨୨ ତାରିଖ ଦିନ ୧୨ଟା ୩୦ରେ ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯିବ। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ୬ ହଜାରରୁ ଅଧିକ ବିଶିଷ୍ଟ ବ୍ୟକ୍ତି ବିଶେଷ ସାମିଲ ହେବେ। ଏଥିସହ ୪ ହଜାର ସନ୍ଥ ମଧ୍ୟ ଭବ୍ୟ ଉତ୍ସବରେ ସାମିଲ ହେବା କାର୍ଯ୍ୟକ୍ରମ ରହିଛି।

ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ମଝିରେ ଆଉ ମାତ୍ର ୨ ଦିନ ଥିବା ବେଳେ ଜୋରସୋରରେ ଆଗେଇ ଚାଲିଛି ପ୍ରସ୍ତୁତି। ଶ୍ରୀରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ ପୂର୍ବରୁ ଚାଲିଛି ଧାର୍ମିକ ରୀତିନୀତି।

ଆଜି ସକାଳେ ଔଷଧାଧିବାସ, କେଶରାଧିବାସ, ଘୃତାଧିବାସ ନାତି ଥିବା ବେଳେ ସଂଧ୍ୟାରେ ଧ୍ୟାନାଧିବାସ ନୀତି ରହିଛି। ସେହିପରି ଆସନ୍ତାକାଲି ସକାଳେ ଶର୍କରାଧିବାସ, ଫଳାଧିବାସ ଏବଂ ସଂଧ୍ୟାରେ ପୁଷ୍ପାଧିବାସ ରହିଛି। ୨୧ ତାରିଖ ସକାଳେ ମଧ୍ୟାଧିବାସ ଓ ସଂଧ୍ୟାରେ ଶଯ୍ୟାଧିବାସ ରହିଛି।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/lBY2Chv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages