ଟ୍ରକ୍‌କୁ ପଛରୁ ପିଟିଲା କାର୍‌, ଫିଲ୍ମ ନିର୍ଦ୍ଦେଶକ ସୁଧାକର ବସନ୍ତ ଗୁରୁତର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 20, 2024

ଟ୍ରକ୍‌କୁ ପଛରୁ ପିଟିଲା କାର୍‌, ଫିଲ୍ମ ନିର୍ଦ୍ଦେଶକ ସୁଧାକର ବସନ୍ତ ଗୁରୁତର

ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇଛନ୍ତି ଫିଲ୍ମ ନିର୍ଦ୍ଦେଶକ ସୁଧାକର ବସନ୍ତ। ତାଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଗତକାଲି ବିଳମ୍ବିତ ରାତିରେ କଟକ ନିକଟ ମଙ୍ଗୁଳି ଛକରେ ଘଟିଛି ଏହି ଦୁର୍ଘଟଣା। ଏକ ଟ୍ରକ୍‌ ପଛରେ ପିଟି ହୋଇଥିଲା ସୁଧାକର ବସନ୍ତଙ୍କ କାର୍‌। ସେ ବାରିପଦାରୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। 

ଚୌଦ୍ୱାର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସୁଧାକର ବସନ୍ତଙ୍କୁ ଉଦ୍ଧାର କରିଥିଲେ। କାର୍‌କୁ କାଟି ସୁଧାକରଙ୍କୁ ଉଦ୍ଧାର କରାଯାଇଥିଲା। ଏହା ପରେ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ନିଆଯାଇଥିଲା। 

ସୁଧାକରଙ୍କ ମୁଣ୍ଡ ଓ ଛାତିରେ ଆଘାତ ଲାଗିଛି। ଉଦ୍ଧାର କରାଯିବା ବେଳକୁ ତାଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ ହେଉଥିଲା। କାର୍ ଡ୍ରାଇଭର ମଧ୍ୟ ଆହତ ହୋଇଛନ୍ତି। ତାଙ୍କ ହାତରେ ଅଧିକ ଆଘାତ ଲାଗିଛି। ସେହିଭଳି ମୁଣ୍ଡରେ ଅଳ୍ପ ଆଘାତ ଲାଗିଛି। ସେ ବି କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।  

Accidentଦୁର୍ଘଟଣାଗ୍ରସ୍ତ କାର

କେମିତି ଏହି ଦୁର୍ଘଟଣା ଘଟିଲା, ତାହା ସ୍ପଷ୍ଟ ହୋଇପାରିନାହିଁ। କାର୍‌ରେ ମୋଟ ତିନି ଜଣ ଥିଲେ। ଡ୍ରାଇଭର ଗାଡ଼ି ଚଲାଉଥିବା ବେଳେ ସୁଧାକର ସାମ୍ନା ସିଟ୍‌ରେ ବସିଥିଲେ। ସୁଧାକରଙ୍କ ଜଣେ ସହକାରୀ ନିର୍ଦ୍ଦେଶକ ରଘୁ ପଛ ସିଟ୍‌ରେ ବସିଥିଲେ। ତେବେ ଦୁର୍ଘଟଣା ଘଟିବା ସମୟରେ ରଘୁ ଶୋଇଥିଲେ। ଦୁର୍ଘଟଣା କେମିତି ଘଟିଲା ସେ କିଛି ଜାଣି ନାହାନ୍ତି। ଦୁର୍ଘଟଣାରେ ତାଙ୍କର କିଛି ହୋଇନାହିଁ।

ଦୁର୍ଘଟଣା ଖବର ପାଇବା ପରେ ସକାଳୁ ସକାଳୁ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରୀ ସହିତ ଜଡ଼ିତ କିଛି ଲୋକ କଟକ ବଡ଼ ଡାକ୍ତରଖାନାରେ ପହଞ୍ଚି ସୁଧାକରଙ୍କ ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ପଚାରି ବୁଝିଛନ୍ତି। ସେମାନଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ଦୁର୍ଘଟଣାର କାରଣ ସ୍ପଷ୍ଟ ଭାବେ ଜଣାପଡ଼ିନି। ତେବେ ଡ୍ରାଇଭରଙ୍କ କହିବା ମୁତାବକ ଗାଡ଼ି ଅଧିକ ବେଗରେ ଯାଉ ନଥିଲା। ଗାଡ଼ିର ବେଗ ଘଣ୍ଟା ପ୍ରତି ୬୦/୭୦ କି.ମି ଥିଲା। ମଙ୍ଗୁଳି ନିକଟରେ ସାମ୍ନାରୁ ହଠାତ୍ ଏକ ଗାଡ଼ି ମାଡ଼ି ଆସିବାରୁ ଡ୍ରାଇଭର କାରକୁ ଗୋଟିଏ ସାଇଡ୍‌କୁ ବୁଲାଇ ଦେଇଥିଲେ ଓ ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଏକ ଟ୍ରକ୍‌ ପଛରେ ପିଟି ହୋଇଯାଇଥିଲେ।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/vjg0iGs

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages