ଏକକ ନିର୍ବାଚନ: ପ୍ରତି ୧୫ ବର୍ଷରେ ବଦଳିବ ଇଭିଏମ୍‌, ଖର୍ଚ୍ଚ ହେବ ୧୦ ହଜାର କୋଟି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 20, 2024

ଏକକ ନିର୍ବାଚନ: ପ୍ରତି ୧୫ ବର୍ଷରେ ବଦଳିବ ଇଭିଏମ୍‌, ଖର୍ଚ୍ଚ ହେବ ୧୦ ହଜାର କୋଟି

ଯଦି ଦେଶରେ ଏକ ସମୟରେ ଲୋକସଭା ଓ ବିଧାନସଭା ନିର୍ବାଚନ ହୁଏ, ତା’ହେଲେ ପ୍ରତି ୧୫ ବର୍ଷରେ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ (ଇଭିଏମ୍)କୁ ବଦଳାଇବାକୁ ପଡ଼ିବ। ଆଉ ନୂଆ ଇଭିଏମ୍‌ କିଣିବା ପାଇଁ ପ୍ରାୟ ୧୦ ହଜାର କୋଟି ଟଙ୍କା ଆବଶ୍ୟକ ହେବ। ୱାନ୍ ନେଶନ୍ ୱାନ୍ ଇଲେକ୍ସନକୁ ନେଇ ନିର୍ବାଚନ କମିଶନ କେନ୍ଦ୍ର ସରକାରଙ୍କୁ ପଠାଇଥିବା ଚିଠିରେ ଏହି କଥା ଉଲ୍ଲେଖ କରିଛନ୍ତି।

ଚିଠିରେ କମିଶନ ସ୍ପଷ୍ଟ କରିଛନ୍ତି ଯେ, ଏକ ଇଭିଏମର ଜୀବନ କାଳ ହେଉଛି ୧୫ ବର୍ଷ। ଯଦି ଦେଶରେ ଏକକ ନିର୍ବାଚନ (ଏକା ସାଙ୍ଗରେ ଲୋକସଭା ଓ ବିଧାନସଭା ନିର୍ବାଚନ) କରାଯାଏ, ତା’ହେଲେ ପ୍ରତି ଇଭିଏମ୍‌ ସେଟ୍‌କୁ ମାତ୍ର ୩ ଥର ବ୍ୟବହାର କରାଯାଇପାରିବ। ସେହିପରି ଏକା ସାଙ୍ଗରେ ଲୋକସଭା ଓ ବିଧାନସଭା ନିର୍ବାଚନ ହେଲେ ପ୍ରତି ବୁଥ୍‌ ପାଇଁ ଦୁଇଟି ସେଟ୍ ଇଭିଏମ୍‌ର ଆବଶ୍ୟକତା ପଡ଼ିବ। ଗୋଟିଏ ସେଟ୍ ଲୋକସଭା ଆସନ ପାଇଁ ଓ ଆଉ ଗୋଟିଏ ବିଧାନସଭା ଆସନ ପାଇଁ।

ଏହା ସହିତ ପୂର୍ବ ଅନୁଭୂତିକୁ ଆଧାର କରି ନିର୍ବାଚନ କମିଶନ କହିଛନ୍ତି ଯେ ବେଳେ ବେଳେ ଇଭିଏମ୍ କାମ କରି ନଥାଏ ବା ତ୍ରୁଟି ଦେଖାଯାଇଥାଏ। ଏଭଳି ସ୍ଥିତିର ମୁକାବିଲା କରିବା ପାଇଁ ଅତିରିକ୍ତ କଣ୍ଟ୍ରୋଲ ୟୁନିଟ୍ (ସିୟୁଏ), ବାଲୋଟ୍ ୟୁନିଟ୍‌ (ବିୟୁ) ଓ ଭୋଟର୍‌-ଭେରିଫାଇବଲ୍‌ ପେପର ଅଡିଟ୍ ଟ୍ରେଲ୍‌ (ଭିଭିପାଟ୍) ମେସିନ ଆବଶ୍ୟକ ହେବ।

ବିଭିନ୍ନ କଥାକୁ ତର୍ଜମା କରି ଗତବର୍ଷ ଫେବ୍ରୁଆରୀ ମାସରେ ନିର୍ବାଚନ କମିଶନର ଆଇନ ମନ୍ତ୍ରାଳୟକୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଥିଲେ ଯେ ଏକା ସଙ୍ଗରେ ନିର୍ବାଚନ ହେଲେ ଅତିକମ୍‌ରେ ୪୬ ଲକ୍ଷ ୭୫ ହଜାର ୧୦୦ଟି ବାଲଟ୍ ୟୁନିଟ୍, ୩୩ ଲକ୍ଷ ୬୩ ହଜାର ୩୦୦ଟି କଣ୍ଟ୍ରୋଲ ୟୁନିଟ୍ ଏବଂ ୩୬ ଲକ୍ଷ ୬୨ ହଜାର ୬୦୦ଟି ଭିଭିପାଟ୍ ଆବଶ୍ୟକ ପଡ଼ିବ।

ସେହିପରି ଏକ ସମୟରେ ଲୋକସଭା ଓ ବିଧାନସଭା ନିର୍ବାଚନ କରିବାକୁ ହେଲେ ସମ୍ବିଧାନର ୫ଟି ଅନୁଚ୍ଛେଦରେ ସଂଶୋଧନ କରିବାକୁ ପଡ଼ିବ ବୋଲି ନିର୍ବାଚନ କମିଶନ ଆଇନ ମନ୍ତ୍ରାଳୟକୁ ଲେଖିଥିବା ଚିଠିରେ ଦର୍ଶାଇଛନ୍ତି। ଏକା ସାଙ୍ଗରେ ନିର୍ବାଚନ କରିବା ସଂପର୍କିତ କିଛି ପ୍ରଶ୍ନ ଆଇନ ମନ୍ତ୍ରଳାୟ ପକ୍ଷରୁ ପଚରାଯାଇଥିବା ପରିପ୍ରେକ୍ଷୀରେ ନିର୍ବାଚନ କମିଶନ ଏହି ଚିଠି ଲେଖି ସେସବୁର ଉତ୍ତର ଦେଇଥିଲେ।

ନିର୍ବାଚନ କମିଶନ ଚିଠିରେ ଆହୁରି ଉଲ୍ଲେଖ କରିଥିଲେ ଯେ ଏକା ସାଙ୍ଗରେ ଲୋକସଭା ଓ ବିଧାନସଭା ନିର୍ବାଚନ କଲେ ଅତିରିକ୍ତି ପୋଲିଂ କର୍ମଚାରୀ ଓ ସୁରକ୍ଷା କର୍ମଚାରୀଙ୍କ ଆବଶ୍ୟକତା ପଡ଼ିବ। ସେହିପରି ଅଧିକ ଗାଡ଼ିର ଆବଶ୍ୟକତା ପଡ଼ିବ। ଅଧିକ ଇଭିଏମ୍ ଆବଶ୍ୟକ ହେଉଥିବାରୁ ସେଗୁଡ଼ିକୁ ଜମା କରି ରଖିବାକୁ ଅଧିକ ଗୋଦାମ ଘରର ଆବଶ୍ୟକତା ସହିତ ଅନ୍ୟାନ୍ୟ କିଛି ଜିନିଷର ଆବଶ୍ୟକତା ରହିଛି। ମୋଟାମୋଟି ଭାବେ ସମସ୍ତ କଥାକୁ ବିଚାରକୁ ନେଲେ ଏକକ ନିର୍ବାଚନ ୨୦୨୯ରେ ସମ୍ଭବ ହୋଇପାରିବ।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/f7Y2TQB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages