ବିଜେପୁର ବିଧାୟିକା ତଥା ହସ୍ତତନ୍ତ ବୟନ ଶିଳ୍ପ ମନ୍ତ୍ରୀ ରିତା ସାହୁଙ୍କୁ ମହାରାଜ କଂସ କରିଛନ୍ତି ଫାଇନ। ୭୦ ଲକ୍ଷ ସ୍ଵର୍ଣ୍ଣ ମୁଦ୍ରାରେ ମନ୍ତ୍ରୀଙ୍କୁ କରିଛନ୍ତି ଜୋରିମାନା।
ଗତକାଲି ବରଗଡ଼ ଧନୁଯାତ୍ରା ମହୋତ୍ସବର ପଞ୍ଚମ ଦିନ ଥିଲା। ରାଜ ଦରବାରକୁ ମୁଖ୍ୟ ଅତିଥି ଭାବେ ଆସିଥିଲେ ମନ୍ତ୍ରୀ ରିତା ସାହୁ। ମଞ୍ଚ ଉପରେ ନିଜର ଅଭିଭାଷଣ ରଖୁଥିବା ସମୟରେ ହଟାତ ଉଚ୍ଚାରଣ କରିଥିଲେ "ଜୟ ଜଗନ୍ନାଥ। ଜୟ ଜଗନ୍ନାଥ ଶୁଣି ରାଗି ଯାଇଥିଲେ ମଥୁରା ନରେଶ କଂସ ମହାରାଜା। କାରଣ କୃଷ୍ଣଙ୍କ ଅନ୍ୟନାମ ହେଉଛି ଜଗନ୍ନାଥ। ଆଉ କୃଷ୍ଣ ହେଉଛନ୍ତି କଂସର ଶତ୍ରୁ। ମନ୍ତ୍ରୀ ରିତା ସାହୁ କଂସଙ୍କ ଦରବାରରେ ଜୟ ଜଗନ୍ନାଥ କହିଥିବାରୁ କଂସଙ୍କୁ କ୍ଷମା ପ୍ରାର୍ଥନା କରିଥିଲେ।କ୍ଷମା ଦେବା ବଦଳରେ ମନ୍ତ୍ରୀ ରିତା ସାହୁଙ୍କୁ ୭୦ ଲକ୍ଷ ସ୍ଵର୍ଣ୍ଣ ମୁଦ୍ରା ଜୋରିମାନା କରି ଦଣ୍ଡିତ କରିଥିଲେ।
ଅନ୍ୟପକ୍ଷରେ ବରଗଡ଼ରେ ଜମୁଛି ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା। ମହାରାଜ କଂସଙ୍କ ରାଜୁତିରେ ଥରହର ମଥୁରାନଗରୀ। ଧନୁଯାତ୍ରାର ପଞ୍ଚମ ଦିନରେ ଗୋପପୁରରେ ଭଗବାନ ଶ୍ରୀକୃଷ୍ଣଙ୍କ ଲୀଳାଖେଳା ଚାଲିଥିବା ବେଳେ ଶ୍ରୀକୃଷ୍ଣଙ୍କ ଦ୍ୱାରା ଯାମଳାର୍ଜ୍ଜୁନ ଭଞ୍ଜନ, କାଳୀୟ ଦଳନ ହୋଇଥିଲା।
ସେହିପରି ମଥୁରାରେ ମହାରାଜ କଂସ, ଜରାସନ୍ଧକୁ ପରାସ୍ତ କରି ହେତି ଓ ପ୍ରହେତିଙ୍କୁ ବିବାହକରିଛନ୍ତି ଏବଂ କୃଷ୍ଣଙ୍କୁ ନିହତ କରିବା ଉଦ୍ଦେଶ୍ୟରେ ରଂଗସଭା ଆୟୋଜନ ପାଇଁ ଯୋଜନାପ୍ରସ୍ତୁତ କରିଛନ୍ତି l
ଆଜି ଧନୁଯାତ୍ରାର ଷଷ୍ଠ ଦିନରେ ମଥୁରାରେ ରଂଗସଭା ଆୟୋଜନ କରି କୃଷ୍ଣବଳରାମଙ୍କୁ ହତ୍ୟା ପାଇଁ ଯୋଜନା ପ୍ରସ୍ତୁତି, ନାରଦ ମୁନୀଙ୍କ ପ୍ରସ୍ତାବରେ ଧନୁଯାତ୍ରା ମହୋତ୍ସବର ଘୋଷଣା କାର୍ଯ୍ୟକ୍ରମ ରହିଛି। ସେହିପରି ଗୋପପୁରରେ ଶ୍ରୀକୃଷ୍ଣଙ୍କ ଦ୍ୱାରା ଗୋପୀଙ୍କ ବସ୍ତ୍ରହରଣ ଏବଂ କୃଷ୍ଣବଳରାମଙ୍କ ବାଲ୍ୟଲୀଳା ପ୍ରଦର୍ଶିତ ହେବ।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/cinporT
No comments:
Post a Comment