ଅଯୋଧ୍ୟା ରାମ ମନ୍ଦିର ସ୍ୱପ୍ନ ସତ ହେବା ଯେତିକି ଐତିହାସିକ, ସେତିକି ଅବିସ୍ମରଣୀ। ଆଜି ପୂର୍ବାହ୍ନ ୧୦ଟାରୁ ଅନୁଷ୍ଠିତ ହେବ ଅତି ସ୍ୱତନ୍ତ୍ର ମଙ୍ଗଳ ଧ୍ୱନି କାର୍ଯ୍ୟକ୍ରମ।
ପ୍ରାଣପ୍ରତିଷ୍ଠା ପରେ ଆଖିରୁ ପଟି ଖୋଲାଯାଇ ରାମ ଲଲାଙ୍କୁ ସ୍ନାନ କରାଇ ତିଳକ ଲଗାଯିବ। ଏହାପରେ ବିଭିନ୍ନ ଆଭୂଷଣରେ ସଜେଇ ହେବେ ଅଯୋଧ୍ୟାର ରାମକୁମାର।
ତ୍ରେତୟା ଯୁଗରେ ଯେଉଁ ସ୍ଥାନରେ ପ୍ରଭୁ ଶ୍ରୀରାମଚନ୍ଦ୍ର କୌଶଲ୍ୟାଙ୍କ କୋଳମଣ୍ଡନ କରିଥିଲେ, ୫ ଶତାବ୍ଦୀ ପରେ ପୁଣି ସେହି ସ୍ଥାନରେ ପୂଜା ପାଇବେ ରାମ ଲଲା। ଆଜି ଅପରାହ୍ନ ୧୨ଟା ୧୫ରୁ ୧୨ଟା ୪୫ ଯାଏଁ ଅର୍ଥାତ୍ ୩୦ ମିନିଟ୍ ରହିଛି ମାହେନ୍ଦ୍ର ବେଳା। ଆଉ ମାତ୍ର ୮୪ ସେକେଣ୍ଡ ରହିବ ଅଭିଜିତ ମୁହୂର୍ତ୍ତ। ତେଣୁ ଏହି ଦୁର୍ଲଭ ମୁହୂର୍ତ୍ତ ଅର୍ଥାତ ୧୨ଟା ୨୯ ମିନିଟ୍ ୮ ସେକେଣ୍ଡରୁ ୧୨ଟା ୩୦ ମିନିଟ୍ ୩୨ ସେକେଣ୍ଡ ଭିତରେ ରାମ ଲଲାଙ୍କ ପ୍ରାଣପ୍ରତିଷ୍ଠା କରାଯିବ।
ରାମ ଲଲାଙ୍କ ପ୍ରାଣପ୍ରତିଷ୍ଠା ଅନୁଷ୍ଠାନର ମୁଖ୍ୟ ଯଜମାନ ଦାୟିତ୍ୱ ତୁଲାଇବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଲକ୍ଷ୍ନୌରୁ ଆସିଥିବା ୫୬ ଭୋଗ ପ୍ରଭୁ ରାମଙ୍କ ନିକଟରେ ଲାଗି ହେବ। ରୂପା ଥାଳି ଓ ରୂପା ଗିନାରେ ସଜେଇ ହୋଇ ରହିବ ରସଗୋଲା, ଗୁଲାବଜାମୁନ, ଇମର୍ତି, ସ୍ୱତନ୍ତ୍ର ତୁଳସୀ ତିଆରି ମିଠା ସମେତ ୫୬ ପ୍ରକାର ପ୍ରସାଦ।
ଓଡ଼ିଶାର ମର୍ଦ୍ଦଳ ସମେତ ଦେଶର ବିଭିନ୍ନ ରାଜ୍ୟରୁ ଆସିଥିବା ପ୍ରାୟ ୫୦ ପ୍ରକାର ପାରଂପରିକ ବାଦ୍ୟ ଧ୍ୱନୀରେ ଗୁଞ୍ଜରିତ ହେବ ଅଯୋଧ୍ୟାନଗରୀ। ପ୍ରାଣ ପ୍ରତିଷ୍ଠା ସମାରୋହରେ ବିଭିନ୍ନ ପରମ୍ପରାର ପ୍ରତିନିଧି ଓ ସାଧୁସନ୍ଥ ଯୋଗ ଦେବେ। ତା ସହ ଭାରତ ଇତିହାସରେ ପ୍ରଥମ ଥର ପାଇଁ ଏଭଳି କାର୍ଯ୍ୟକ୍ରମରେ ଯୋଗଦେବେ ବିଭିନ୍ନ ରାଜ୍ୟ ଓ ଦ୍ୱୀପର ଆଦିବାସୀ ଜନଜାତି।
ଏହାପରେ ଆରମ୍ଭ ହୋଇଯିବ ମହାଦର୍ଶନ। ପ୍ରଥମେ ଭିଭିଆଇପି, ଆମନ୍ତ୍ରିତ ଅତିଥି ଓ ସାଧୁସନ୍ଥମାନେ ରାମ ଲଲାଙ୍କୁ ଦର୍ଶନ କରିବାର ସୌଭାଗ୍ୟ ଲାଭ କରିବେ। ତେବେ କେବଳ ରାମଲାଲାଙ୍କ ନବନିର୍ମିତ ବିଗ୍ରହ ନୁହେଁ, ୧୯୪୯ ମସିହାଠାରୁ ଅସ୍ଥାୟୀ ମନ୍ଦିରରେ ପୂଜା ପାଉଥିବା ରାମଙ୍କ ବିଗ୍ରହ ମଧ୍ୟ ଗର୍ଭଗୃହରେ ସ୍ଥାପିତ ହୋଇଛନ୍ତି।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/PjZ43W8
No comments:
Post a Comment