ଆଜି ଆସିବେ ପ୍ରଭୁ ଶ୍ରୀରାମ; ମୋବାଇଲ, ଟିଭିରେ ହେବ ଲାଇଭ ଷ୍ଟ୍ରିମ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 21, 2024

ଆଜି ଆସିବେ ପ୍ରଭୁ ଶ୍ରୀରାମ; ମୋବାଇଲ, ଟିଭିରେ ହେବ ଲାଇଭ ଷ୍ଟ୍ରିମ୍‌

ଶହ ଶହ ବର୍ଷ ଅପେକ୍ଷାର ଅନ୍ତ ଘଟିବାକୁ ଯାଉଛି। ବନବାସ ସାରି ଆଜି ଅଯୋଧ୍ୟା ଫେରୁଛନ୍ତି ପ୍ରଭୁ ଶ୍ରୀରାମ । ଆଜି ଭବ୍ୟ ମନ୍ଦିରରେ ବିରାଜିବେ ପ୍ରଭୁ ରାମ ଲଲା । ଏଥିପାଇଁ ସମଗ୍ର ଅଯୋଧ୍ୟା ନଗରୀ ରାମମୟ ହୋଇଯାଇଛି। ଅଯୋଧ୍ୟାକୁ ଦେଶ ବିଦେଶରୁ ବହୁ ଭିଭିଆଇ ଅତିଥିଙ୍କ ଆଗମନ ହେବାରେ ଲାଗିଛି। ଏପରି ସମୟରେ ଆଜି ଅଯୋଧ୍ୟା ନ ଯିବା ପାଇଁ ସାଧାରଣ ଲୋକଙ୍କୁ ବାରଣ କରାଯାଇଛି।

ତେବେ ଦୂରରେ ଥାଇ ବି ଦେଶବାସୀ ଯେପରି ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠାର ଭବ୍ୟ ସମାରୋହକୁ ଦେଖି ପାରିବେ ତାହାର ବ୍ୟବସ୍ଥା କରିଛନ୍ତି କେନ୍ଦ୍ର ସରକାର। ଏହି ଐତିହାସିକ କାର୍ଯ୍ୟକ୍ରମର Live Streamକୁ ଦେଶବାସୀ ନିଜ ମୋବାଇଲ, ଲାବଟପପ୍‌, ଟିଭିରେ ବି ଦେଖି ପାରିବେ।

ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମର ସିଧା ପ୍ରସାରଣ ଦୂରଦର୍ଶନର ସବୁ ଚ୍ୟାନେଲରେ କରାଯିବ । ଏଥିସହ ନରେନ୍ଦ୍ର ମୋଦିଙ୍କ ୟୁ-ଟ୍ୟୁବ ଚ୍ୟାନେଲରେ ବି ଏହି କାର୍ଯ୍ୟକ୍ରମର ଲାଇଭ୍‌ ଷ୍ଟ୍ରିମ୍‌ କରାଯିବ । ଏହାବାଦ ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ପକ୍ଷରୁ ବି ସୋଶାଲ ମିଡିଆ ସହିତ ବିଭିନ୍ନ ଅଧିକାରୀଙ୍କ ଦ୍ୱାରା ଲାଇଭ ଷ୍ଟ୍ରିମିଂ କରାଯିବ ।

ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମକୁ ନିମନ୍ତେ ଆଜି କେନ୍ଦ୍ର ସରକାର ଅଧା ଦିନ ଛୁଟି ଘୋଷଣା କରିଛନ୍ତି। ବହୁ ରାଜ୍ୟ ସରକାର ବି ନିଜ ଅଫିସ ଓ ସ୍କୁଲକୁ ଅଧା ଦିନ ଛୁଟି ଘୋଷଣା କରିଛନ୍ତି। 



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/oziKsDa

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages