ସ୍ତ୍ରୀ କରୁଥିଲେ ସନ୍ଦେହ, ସମୁଦ୍ରରେ ମାରି ଦୁର୍ଘଟଣାର ରୂପ ଦେଇଥିଲେ ସ୍ୱାମୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 20, 2024

ସ୍ତ୍ରୀ କରୁଥିଲେ ସନ୍ଦେହ, ସମୁଦ୍ରରେ ମାରି ଦୁର୍ଘଟଣାର ରୂପ ଦେଇଥିଲେ ସ୍ୱାମୀ

ବର୍ଷେ ତଳେ ବାହା ହୋଇଥିଲେ। କିନ୍ତୁ ପତ୍ନୀଙ୍କ ସହିତ ନଥିଲା ଭଲ ସଂପର୍କ। ପତ୍ନୀ ତାଙ୍କୁ ସବୁ ବେଳେ ସନ୍ଦେହ କରୁଥିଲେ। ତାଙ୍କର ଅନ୍ୟ ଜଣେ ଯୁବତୀଙ୍କ ସହ ସଂପର୍କ ଥିବା ପତ୍ନୀ ଭାବୁଥିଲେ। ଧୀରେ ଧୀରେ ତାଙ୍କ ପତ୍ନୀଙ୍କ ସନ୍ଦେହ ବଢ଼ି ଚାଲିଥିଲା। ଫଳରେ ପ୍ରାୟ ପ୍ରତ୍ୟେକ ଦିନ ସେମାନଙ୍କ ମଧ୍ୟରେ ଝଗଡ଼ା ହେଉଥିଲା। ତେଣୁ ରଚିଥିଲେ ପତ୍ନୀଙ୍କୁ ହତ୍ୟା କରିବାର ଷଡ଼ଯନ୍ତ୍ର। ଗତ ଶୁକ୍ରବାର ନିଜ ଯୋଜନାରେ ସେ ସଫଳ ହୋଇଥିଲେ। ହେଲେ ଧରାପଡ଼ି ଯାଇଥିଲେ। ଘଟଣାଟି ଘଟିଛି ଗୋଆରେ।

ଅଭିଯୁକ୍ତଙ୍କ ନାଁ ଗୌରବ କଟିୟାର (୨୯)। ତାଙ୍କ ଘର ଉତ୍ତର ପ୍ରଦେଶର ଲକ୍ଷ୍ନୌରେ। ବର୍ଷେ ତଳେ ସେ ଦୀକ୍ଷା ଗଙ୍ଗୱାର (୨୭)ଙ୍କୁ ବାହା ହୋଇଥିଲେ। ଦୀକ୍ଷା ବି ଲକ୍ଷ୍ନୌର ଝିଅ ଥିଲେ।

ଗୌରବ ପ୍ରଥମେ ଚେନ୍ନାଇରେ ଚାକିରି କରୁଥିଲେ। ମାସେ ତଳେ ସେ ଗୋଆ ଆସିଥିଲେ। ସେଠାରେ ଏକ ନାମୀଦାମୀ ହୋଟେଲରେ ସେ ମ୍ୟାନେଜର ଥିଲେ।

ଗୌରବ ଓ ଦୀକ୍ଷାଙ୍କ ବୈବାହିକ ଜୀବନ ଭଲ ନଥିଲା। ଗୌରବ ଚେନ୍ନାଇରେ ରହୁଥିବା ବେଳେ ଦୀକ୍ଷା ଲକ୍ଷ୍ନୌରେ ରହୁଥିଲେ। ଗୌରବ ଗୋଆ ଆସିବା ପରେ ଦୀକ୍ଷା ତାଙ୍କ ପାଖରେ ଆସି ରହୁଥିଲେ। ହେଲେ ଗୋଆରେ ରହିବା ପରେ ଗୌରବଙ୍କ ଉପରେ ଦୀକ୍ଷାଙ୍କ ସନ୍ଦେହ ବଢ଼ି ଚାଲିଥିଲା। ତାଙ୍କର ଅନ୍ୟ କୌଣସି ଯୁବତୀ ସହିତ ସଂପର୍କ ଥିବା ସନ୍ଦେହ କରୁଥିଲେ ଦୀକ୍ଷା। ସେଥିପାଇଁ ଉଭୟଙ୍କ ମଧ୍ୟରେ ପ୍ରତିଦିନ କଳିଝଗଡ଼ା ହେଉଥିଲା।

ଗତ ଶୁକ୍ରବାର ଅପରାହ୍ନରେ ଗୌରବ ପତ୍ନୀଙ୍କୁ ନେଇ ଗୋଆର କ୍ୟାବୋ ଡି ରାମ ବିଚ୍‌କୁ ଯାଇଥିଲେ। ସମୁଦ୍ର କୂଳରେ ଥିବା ପାହାଡ଼ିଆ ସ୍ଥାନରେ ସେମାନେ କିଛି ସମୟ ବସିଥିଲେ। ତା’ପରେ ଦୁହେଁ ସମୁଦ୍ର ଭିତରକୁ ଯାଇଥିଲେ। ସେମାନେ ସମୁଦ୍ର ଭିତରକୁ ଯାଉଥିବା କିଛି ପର୍ଯ୍ୟଟକ ଦେଖିଥିଲେ। ତେବେ କିଛି ସମୟ ପରେ ଗୌରବ ଏକୁଟିଆ ସମୁଦ୍ରରୁ ଫେରିଥିଲେ। ଏହା ଦେଖି ସେହି ପର୍ଯ୍ୟଟକମାନଙ୍କର ସନ୍ଦେହ ହୋଇଥିଲା, ଯେଉଁମାନେ ତାଙ୍କୁ ଦୀକ୍ଷାଙ୍କ ସହିତ ଯାଉଥିବାର ଦେଖିଥିଲେ। କିଛି ସମୟ ପରେ ଦୀକ୍ଷାଙ୍କ ମୃତଦେହ ସମୁଦ୍ରରେ ଭାସିବା ପରେ ପର୍ଯ୍ୟଟକମାନେ ପୁଲିସ୍‌କୁ ସୂଚନା ଦେଇଥିଲେ।

ପୁଲିସ୍ ଗୌରବଙ୍କୁ ଅଟକ ରଖି ପଚରାଉଚରା କରିଥିଲା। ଗୌରବ କହିଥିଲେ ଯେ ସେ ସମୁଦ୍ରକୁ ଯାଇ ନଥିଲେ। କିଛି ଦୂରରେ ଥିଲେ। ଦୀକ୍ଷା ସମୁଦ୍ରକୁ ଯାଇଥିଲେ ଓ ବୁଡ଼ି ଯାଇଥିଲେ। ଏହା ଏକ ଦୁର୍ଘଟଣା ଥିଲା। ତେବେ ପୁଲିସ୍ ତାଙ୍କ ବିରୋଧରେ ପ୍ରମାଣ ଦେଖାଇବା ପରେ ସତ ମାନିଥିଲେ ଗୌରବ। ସେ ଦୀକ୍ଷାଙ୍କୁ ସମୁଦ୍ରରେ ବୁଡ଼ାଇ ମାରିଥିବା ସ୍ୱୀକାର କରିଥିଲେ। ସେ ତାଙ୍କୁ ମାରି ଏହାକୁ ଦୁର୍ଘଟଣାର ରୂପ ଦେବାକୁ ଯୋଜନା କରିଥିଲେ ବୋଲି କହିଥିଲେ।

ଦୀକ୍ଷାଙ୍କ ତଣ୍ଟି ଚିପା ଯାଇଥିଲା। ତାଙ୍କ ଶରୀରରେ କ୍ଷତ ଥିଲା। ଗୌରବ ତାଙ୍କୁ ମାରିବା ବେଳେ ବଞ୍ଚିବା ପାଇଁ ଦୀକ୍ଷା ଶକ୍ତି ପ୍ରୟୋଗ କରିଥିଲେ ପୁଲିସ୍ କହିଛି। ଗୌରବଙ୍କୁ ପୁଲିସ୍ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଦୀକ୍ଷାଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ପୁଲିସ୍ ଘଟଣାର ଅଧିକ ତଦନ୍ତ କରୁଛି।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/kbqXpP9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages