ଆଜିଠୁ ଭୁବନେଶ୍ୱର ଏମ୍ସରେ ଆରମ୍ଭ କରିବ ଡ୍ରୋନ୍ ସ୍ୱାସ୍ଥ୍ୟସେବା। ଜରୁରୀ ସ୍ଥିତିରେ ଲୋକଙ୍କ ପାଖେ ଔଷଧ, ଟେଷ୍ଟିଂ କିଟ୍ ଓ ଅନ୍ୟ ସ୍ୱାସ୍ଥ୍ୟ ଉପକରଣ
ପହଞ୍ଚାଇବ ଡ୍ରୋନ୍।
ଏଥିପାଇଁ ଗତ ମଙ୍ଗଳବାର ଦିନ ସଫଳତାର ସହ ଟ୍ରାଏଲ ରନ୍ ସରିଥିବାବେଳେ ଆଜିଠୁ ଆନୁଷ୍ଠାନିକ ଭାବେ ଆରମ୍ଭ ହେବ ଏହି ସେବା। ବାତ୍ୟା ଓ ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ, ପାହାଡ଼ିଆ ଅଞ୍ଚଳ ଓ ଟ୍ରାଫିକ୍ ସମସ୍ୟା ଦେଖାଦେଉଥିବା ସ୍ଥାନକୁ ଏ ଡ୍ରୋନ୍ ସ୍ୱାସ୍ଥ୍ୟସେବା ପହଞ୍ଚାଇବ। ଥରକେ ୨ରୁ ୫ କିଲୋଗ୍ରାମ ସାମଗ୍ରୀ ପରିବହନ କରି ୧୦୦ କିଲୋମିଟର ଦୂର ଯାଏଁ ଯାଇପାରିବ।
ସାଟେଲାଇଟ୍ ଜିପିଏସ୍ ଦ୍ୱାରା ପରିଚାଳିତ ଏହି ଡ୍ରୋନକୁ ଲାଇଭ୍ ଟ୍ରାକ୍ କରାଯାଇପାରିବ। ମଙ୍ଗଳବାର ଦିନ ଟ୍ରାଏଲରନ୍ ବେଳେ ଏମ୍ସ ଠାରୁ ପ୍ରାୟ ୮୦ କିଲୋମିଟର ଦୂର ଟାଙ୍ଗୀ ଆଉଟରିଚ୍ ସେଣ୍ଟରକୁ ମାତ୍ର ୩୭ ମିନିଟରେ ବ୍ଲଡ ସାଂପଲ ପହଂଚାଇଥିଲା ଡ୍ରୋନ୍।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/q9A3vb6
No comments:
Post a Comment