ହାଇଟେକ୍‌ ବିସ୍ଫୋରଣ ଘଟଣାରେ ଟ୍ୱିଷ୍ଟ: ମୃତ ଦିଲୀପଙ୍କ ପରିଚୟକୁ ନେଇ ଦେଖାଦେଲା ଦ୍ୱନ୍ଦ୍ୱ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 4, 2024

ହାଇଟେକ୍‌ ବିସ୍ଫୋରଣ ଘଟଣାରେ ଟ୍ୱିଷ୍ଟ: ମୃତ ଦିଲୀପଙ୍କ ପରିଚୟକୁ ନେଇ ଦେଖାଦେଲା ଦ୍ୱନ୍ଦ୍ୱ

ଭୁବନେ ର ହାଇଟେକ୍ ମେଡ଼ିକାଲ କଲେଜ ଆଣ୍ଡ୍ ହସ୍ପିଟାଲରେ ବିସ୍ଫୋରଣ ଘଟଣାରେ ଆସିଛି ବଡ଼ ଟ୍ୱିଷ୍ଟ୍। ଏସି କଂପ୍ରେସର ବିସ୍ଫୋରଣରେ ଜଣେ ମୃତକଙ୍କ ପରିଚୟରେ ସୃଷ୍ଟି ହୋଇଛି ବିରାଟ ଦ୍ୱନ୍ଦ୍ୱ । ମୃତ ଘୋଷିତ ଦିଲ୍ଲୀପ ସାମନ୍ତରାୟ ପ୍ରକୃତରେ ଜୀବିତ କି ନୁହେଁ , ତାକୁ ନେଇ ଦେଖାଦେଇଛି ଦ୍ୱନ୍ଦ୍ୱ ।

ଗତ ୩୦ ତାରିଖରେ ଯେଉଁ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା, ତାଙ୍କ ପରିଚୟ ସେତେବେଳେ ଦିଲୀପ ସାମନ୍ତରାୟ ବୋଲି କୁହାଯାଇଥିଲା । ଦିଲୀପଙ୍କ ପରିବାର ଲୋକେ ଦଗ୍ଧ ମୃତଦେହକୁ ନେଇ ଅନ୍ତିମ ସଂସ୍କାର ମଧ୍ୟ କରିସାରିଛନ୍ତି।

ହେଲେ ଚାଞ୍ଚଲ୍ୟକର କଥା ହେଉଛି, ହାଇଟେକ ମେଡିକାଲର ଆଇସିୟୁରେ ଅନ୍ୟ ଜଣେ ଆହତଙ୍କୁ ଜ୍ୟୋତିରଞ୍ଜନ ମଲ୍ଲିକ ବୋଲି ଭାବି ତାଙ୍କ ଚିକିତ୍ସା ଚାଲିଥିଲା, ସେ ଗତକାଲି ଭେଣ୍ଟିଲେଟରରୁ ବାହାରିବା ପରେ ନିଜ ନାଁ ଦିଲୀପ ସାମନ୍ତରାୟ ବୋଲି କହିଛନ୍ତି। ମନସ୍ତତ୍ତ୍ୱବିତ୍ ତାଙ୍କୁ ଦିଲୀପଙ୍କ ସମସ୍ତ ବ୍ୟକ୍ତିଗତ ପ୍ରଶ୍ନ ପଚାରିଥିଲେ ଏବଂ ସେ ସବୁ ଠିକ୍ ଠିକ୍ ଉତ୍ତର ଦେଇଥିଲେ । ଏନେଇ ହାଇଟେକ୍ ମେଡିକାଲ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।

ଏସବୁ ଦ୍ୱନ୍ଦ୍ୱ ଭିତରେ ଅତି ଉଦବେଗଜନକ କଥା କଥା ହେଉଛି, ଦିଲୀପ ସାମନ୍ତରାୟଙ୍କର ମୃତ୍ୟୁ ହୋଇଥିବା ଭାବି ତାଙ୍କ ପତ୍ନୀ ସୋନା ସାମନ୍ତରାୟ କିଛି ଦିନ ତଳେ ଆତ୍ମହତ୍ୟା କରିସାରିଛନ୍ତି।

ଗତ ଡିସେମ୍ବର ୨୯ ତାରିଖରେ ଭୁବନେଶ୍ବର ପାଣ୍ଡରାସ୍ଥିତ ହାଇଟେକ ମେଡିକାଲ କଲେଜ ଓ ହସ୍ପିଟାଲ କ୍ୟାମ୍ପସରେ ଏକ ଆଉଟସୋର୍ସିଂ ଏଜେନ୍ସି ଦ୍ୱାରା ଏହି ଏସି ମରାମତି ବେଳେ କଂପ୍ରେସର ବିସ୍ଫୋରଣ ଘଟିଥିଲା । ଏଥିରେ ଏଯାବତ୍ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ, ୨ ଜଣ ଆହତ ହୋଇ ଚିକିତ୍ସାଧୀନ ଅଛନ୍ତି ।

ହାଇଟେକ୍ ମେଡିକାଲ ପକ୍ଷରୁ କୁହାଯାଇଛି ଯେ, ବିସ୍ଫୋରଣ ପରେ ଆଉଟସୋର୍ସିଂ ଏଜେନ୍ସିର ଯେଉଁ କର୍ମଚାରୀ ଆହତମାନଙ୍କୁ ଉଦ୍ଧାର କରି ଆଣିଥିଲେ, ସେ ହିଁ ସେମାନଙ୍କ ନାଁ ଚିହ୍ନଟ କରିଥିଲେ। ହସ୍ପିଟାଲ ପକ୍ଷରୁ କେବଳ ଚିକିତ୍ସା କରାଯାଇଛି ଏବଂ ସମସ୍ତ ପ୍ରୋଟୋକଲର ଅନୁପାଳନ ହୋଇଛି ।

ସେପଟେ ଭେଣ୍ଟିଲେଟରରୁ ବାହାରଥିବା ବ୍ୟକ୍ତି ପ୍ରକୃତରେ ଦିଲୀପ ନା ଜ୍ୟୋତିରଞ୍ଜନ ତାହା ଏବେବି ସ୍ପଷ୍ଟ ହୋଇନି ବୋଲି କହିଛନ୍ତି ହାଇଟେକ୍ ସିଇଓ । କାରଣ ନିଜକୁ ଦିଲୀପ ବୋଲି କହୁଥିବା ବ୍ୟକ୍ତିଙ୍କୁ ଜ୍ୟୋତିରଞ୍ଜନଙ୍କ ବାପା ଏବେ ମଧ୍ୟ ନିଜ ପୁଅ ବୋଲି ଦାବି କରୁଥିବା ସୂଚନା ମିଳିଛି

ଏନେଇ ପୁଲିସର ପ୍ରତିକ୍ରିୟା ମିଳିନଥିବା ବେଳେ, ସମ୍ପୃକ୍ତ ଆଉଟସୋର୍ସିଂ କର୍ମଚାରୀ କହିଛନ୍ତି ଯେ, ସେ କେବଳ ଘଟଣାସ୍ଥଳରେ ଉପସ୍ଥିତ କର୍ମଚାରୀଙ୍କ ନାଁ କହିଥିଲେ । କାହାର ନାଁ କଣ, ସେ ଚିହ୍ନଟ କରିନଥିଲେ ।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/E97v1Uu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages