୨୦ ଜାନୁଆରୀ, ଶନିବାର: ନିଜ ଲୋକ ମିଛ କେସ୍‌ରେ ଫସାଇ ଦେବେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 19, 2024

୨୦ ଜାନୁଆରୀ, ଶନିବାର: ନିଜ ଲୋକ ମିଛ କେସ୍‌ରେ ଫସାଇ ଦେବେ

ମେଷ:ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାକୁ ନେଇ ମନ ସନ୍ତୁଷ୍ଟ ରହିବ ଓ ନୂତନ ସମ୍ବନ୍ଧ ସୃଷ୍ଟିହେବ । ଶୁଭ ସମ୍ବାଦ ପାଇ ମାନସିକ ଦୁଶ୍ଚିନ୍ତା ଦୂର ହେବ । ଉଚ୍ଚ ସମ୍ଭାବନାର ଆଶା ଓ ଆଶ୍ୱାସନା ଲାଭ କରି ମାନସିକ ଶାନ୍ତି ଅନୁଭବ କରିବେ।

ବୃଷ : ସାମାଜିକ ପ୍ରତିଷ୍ଠା ମାନ ସମ୍ମାନ ବୃଦ୍ଧି ହେବା ସହ ପ୍ରିୟଜନମାନଙ୍କୁ ଆର୍ଥିକ ସାହାଯ୍ୟ କରିପାରନ୍ତି । ପାରିବାରିକ କ୍ଷେତ୍ରକୁ ସରସ ସୁନ୍ଦର କରିବାର ପ୍ରଯତ୍ନ କରିବେ । ରାସ୍ତାଘାଟରେ ଅତ୍ୟନ୍ତ ସତର୍କତା ସହ ଯାତାୟାତ କରିବା ଉଚିତ୍ ।

ମିଥୁନ:  ସାମାଜିକ କ୍ଷେତ୍ରରେ ପ୍ରଶଂସିତ ହେବା ସହ ଅପ୍ରିୟ ସତ୍ୟ ପ୍ରକାଶ କରି ବିବାଦୀୟ ପରିସ୍ଥିତିକୁ ଟାଣିହୋଇ ଯିବେ। ବ୍ୟବସାୟୀମାନେ ଜଗିରଖି ଚଳିଲେ ଆଶାତୀତ ଲାଭ ପାଇବେ। ସତସଙ୍ଗ ଓ ଧର୍ମଚର୍ଚ୍ଚା ଦିଗକୁ ମନ ବଳେଇପାରନ୍ତି।

କର୍କଟ: ବ୍ୟବସାୟରେ ଲାଭ ମିଳିବ ଓ ବାକି ପଡ଼ିଥିବା ଅର୍ଥ ଆଦାୟ ହେବ । ଦାମ୍ପତ୍ୟ ଜୀବନ ସୁଖମୟ ରହିବ ଓ ସୁସ୍ୱାଦୁ ଭୋଜନ କରିବେ। ମାଙ୍ଗଳିକ କାର୍ଯ୍ୟ ପାଇଁ ଶୁଭଖବର ମିଳିବ ଏବଂ ଦୂରସ୍ଥାନକୁ ଗଲାବେଳେ ସାବଧାନତାର ସହିତ ଯାଆନ୍ତୁ ।

ସିଂହ: ସହକର୍ମୀମାନଙ୍କ ସହଯୋଗ ପାଇ ଉପରିସ୍ଥ ଅଧିକାରୀଙ୍କ ପ୍ରିୟଭାଜନ ହେବେ। ସରକାରୀ କାମରେ ସଫଳତା ପାଇବେ ଓ ଅଚାନକ ଭାବରେ ଧନ ଲାଭ ହେବ । ଶରୀର ଭଲ ରହିବା ସହ ନୂତନ କର୍ମପ୍ରାପ୍ତି ହୋଇପାରେ ।

କନ୍ୟା: ବ୍ୟବସାୟରେ ଆଶାତୀତ ଲାଭ ପାଇବେ ଓ ଶିକ୍ଷା କ୍ଷେତ୍ରରେ ମନଯୋଗ ଦେଇ ପ୍ରଶଂସିତ ହେବେ । ସନ୍ତାନର ସୁଖବର ଶୁଣି ଖୁସି ହେବେ ଓ ମିତ୍ରଙ୍କ ସାହାଯ୍ୟ ଦ୍ଵାରା କାର୍ଯ୍ୟ ହାସଲ କରିବେ। ନିଜର ଚତୁରତା ଓ ବିବେକ ହେତୁ ବିପରୀତ ପରିସ୍ଥିତିକୁ ମୁକାବିଲା କରିବେ ।

ତୁଳା: ସହକର୍ମୀମାନଙ୍କଠାରୁ ସାହାଯ୍ୟ ସହଯୋଗ ପାଇ ସାମାଜିକ ପ୍ରତିଷ୍ଠା, ମାନ ସମ୍ମାନରେ ଉନ୍ନତି ହେବ । ରାଜନୀତିରେ ଲୋକପ୍ରିୟତା ହାସଲ କରି ନୂତନ ଯୋଜନାକୁ କ୍ରିୟାନ୍ୱିତ କରିବେ । ବିଦ୍ୟାଧ୍ୟୟନ କ୍ଷେତ୍ରରେ ସଫଳତା ମିଳିବ ଓ ଦୂରଯାତ୍ରା କରି ମନ ଖୁସି ରହିବ ।

ବିଚ୍ଛା: ଶାରିରୀକ ସୁସ୍ଥତା ଦେଖା ଦେବା ସହ ମାନସିକ ଶାନ୍ତି ମିଳିବ । ସମ୍ପତ୍ତି ସମ୍ବନ୍ଧୀୟ ବିବାଦ ଠିକ୍ ଲୋକ ମଧ୍ୟସ୍ଥିରେ ସମାଧାନ ହେବ। ନୂଆ ଜ୍ଞାନର ବୃଦ୍ଧି ହେତୁ ପ୍ରଚୁର ଧନଲାଭ ହେବା ସହ କର୍ମକ୍ଷେତ୍ରରେ ପଦୋନ୍ନତିର ସୂଚନା ପାଇବେ।

ଧନୁ:ନୂତନ ବ୍ୟବସାୟ ଆରମ୍ଭ କରିବେ ଓ ବନ୍ଧୁଙ୍କର ସହଯୋଗ ପାଇବେ। ସ୍ୱାସ୍ଥ୍ୟରେ ଅବନତି ଦେଖାଯିବାରୁ ମନ ଭଲ ରହିବ ନାହିଁ । ରାଜନୀତିରେ ଥିବା ବ୍ୟକ୍ତି କର୍ମକ୍ଷେତ୍ରରେ ମାନସମ୍ମାନ ପାଇବେ ।

ମକର: ବ୍ୟବସାୟରେ ଲାଭ ପାଇବାରୁ ଘରପାଇଁ ନୂତନ ଦ୍ରବ୍ୟ କ୍ରୟ କରିବେ। ଦୂରସ୍ଥାନକୁ ଯାତ୍ରା କରିବା ସହିତ ନୂଆ ବନ୍ଧୁଙ୍କ ସହିତ ମିଳନ ହେବ । ମାଙ୍ଗଳିକ କାର୍ଯ୍ୟ ପାଇଁ ଖୁସି ଖବର ପ୍ରାପ୍ତି ହେବ ଓ ସୁସ୍ୱାଦୁ ଭୋଜନ କରିବେ ।

କୁମ୍ଭ: ମିତ୍ରମାନେ ପରାମର୍ଶ ଦେଇ କିଛି ସମସ୍ୟା ମୂଳକ କାମ ସମାଧାନ କରାଇପାରନ୍ତି । ପରିବାରରେ କ୍ରୋଧ ନିୟନ୍ତ୍ରଣ ନ ରଖିଲେ କ୍ଷତି ସହିବେ ଓ ସ୍ୱାସ୍ଥ୍ୟ ପାଇଁ ସତର୍କ ରହିବା ଉଚିତ୍। ନିଜ ଲୋକ ମିଛ କେସ୍‌ରେ ଫସାଇ ଦେବେ ।

ମୀନ:  ପାରିବାରିକ କ୍ଷେତ୍ରରେ ସ୍ୱାର୍ଥ ପ୍ରବୃତ୍ତିର ଶିକାର ହୋଇ ସମ୍ପର୍କର ମଧୁର ସ୍ୱାଦ ଅନୁଭବ କରିବେ । କର୍ମକ୍ଷେତ୍ରରେ ଉଚ୍ଚାଧିକାରୀଙ୍କ ସହଯୋଗରେ ଉନ୍ନତି ହେବ। ନୂତନ ଯୋଜନା ପ୍ରସ୍ତୁତ କରି ବ୍ୟବସାୟରେ ଆୟ ଉପାର୍ଜ୍ଜନ ବୃଦ୍ଧି ହେବ।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/3qaUz4p

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages