ବାଇକ୍ ଓ ସ୍କୁଟି ମୁହାଁମୁହିଁ ଧକ୍କା; ୫ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 18, 2024

ବାଇକ୍ ଓ ସ୍କୁଟି ମୁହାଁମୁହିଁ ଧକ୍କା; ୫ ମୃତ

ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ନିକଟ କେଶରିପାଟଣା ଗାଁ ଡ୍ରାପ ନିକଟରେ ଗତକାଲି ବିଳମ୍ବିତ ରାତିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବାଇକ୍ ଓ ସ୍କୁଟି ମୁହାଁମୁହିଁ ଧକ୍କା ହେବା ଫଳରେ ୫ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି।

ମୃତକ ମାନେ ହେଲେ ଗୋପାଳପୁର ଶାସନ ଗ୍ରାମର ମହେନ୍ଦ୍ର ନାୟକ, ସାନ ସୋରଡ଼ା ଗ୍ରାମର ରଜନୀ ଗୌଡ଼, ଅସୁରବନ୍ଧ ଗ୍ରାମର ଶ୍ରୀକାନ୍ତ ଗୌଡ଼, ଦୁଲାଡ଼ ଗ୍ରାମର ମନୋଜ ଡାକୁଆ ଓ ଜୟନ୍ତ ବାଡ଼ତ୍ୟା। ଗୁରୁତର ଦୁଲାଡ଼ର ପୂର୍ଣ୍ଣ ଗୌଡ଼ଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ଗତକାଲି ରାତି ପ୍ରାୟ୧୧ ଟା ସମୟରେ ପୂର୍ଣ୍ଣ, ମନୋଜ, ଶ୍ରୀକାନ୍ତ ତିନି ଜଣ ଗୋଟିଏ ବାଇକରେ ନିଜ ଗାଁ ଦୁଲାଡ଼ ଯାଉଥିଲେ। ଏହି ସମୟରେ ସମୟରେ ବିପରୀତ ଦିଗରୁ ଏକ ସ୍କୁଟିରେ ବସି ମହେନ୍ଦ୍ର, ରଜନୀ,ଜୟନ୍ତ ତିନିଜଣ ସୋରଡ଼ା ଆସୁଥିବା ବେଳେ ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣା ସ୍ଥଳରେ ତିନି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଅଗ୍ନିଶମ ବାହିନୀ ଅନ୍ୟ ଗୁରୁତରଙ୍କୁ ଉଦ୍ଧାର କରି ସୋରଡ଼ା ମେଡ଼ିକାଲରେ ଭର୍ତି କରିଥିଲା। ସେଠାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ଗୁରୁତର ପୂର୍ଣ୍ଣ ଗୌଡ଼ଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣା ବାଇକ ଓ ସ୍କୁଟି ଭାଙ୍ଗିରୁଜି ଚୁରମାର ହୋଇଯାଇଛି। 

ପୁଲିସ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ବାଇକକୁ ଜବତ କରିବା ସହ ଘଟଣାର ତଦନ୍ତ କରୁଛି। ମୃତକ ମଧ୍ୟରେ ସୋରଡ଼ା ବିଦ୍ୟୁତ ବିଭାଗରେ ଜଣେ ଲାଇନମେନ ଅନ୍ୟଜଣେ ହେଲପର ଥିବା ସୂଚନା ରହିଛି।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/v125qZp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages