ଆଜି ପବିତ୍ର ଶାମ୍ବ ଦଶମୀ ବା ସୂର୍ଯ୍ୟ ଦେବତାଙ୍କ ପୂଜା। ଘରେ ଘରେ ପ୍ରତ୍ୟକ ହିନ୍ଦୁ ମାନଙ୍କ ଆରାଧ୍ୟ ସୂର୍ଯ୍ୟ ଭଗବାନଙ୍କ ପୂଜା ଅନୁଷ୍ଠିତ ହେଉଛି। ଆଜି ପ୍ରତ୍ୟୁଷରୁ ଚନ୍ଦ୍ରଭାଗାରେ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ଼। ସକାଳୁ ସକାଳୁ ଶ୍ରଦ୍ଧାଳୁମାନେ ସମୁଦ୍ରରେ ବୁଡ଼ ପକାଇବା ସହ ଉଦିତ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ କରିଛନ୍ତି।
ପୌରାଣିକ କିମ୍ବଦନ୍ତୀ ଅନୁସାରେ, କୃଷ୍ଣଙ୍କ ପୁତ୍ର ଶାମ୍ବ ଅଭିଷପ୍ତ ହୋଇ କୁଷ୍ଠ ରୋଗରେ ଆକ୍ରାନ୍ତ ହୋଇଥିଲ । ତେବେ ଚନ୍ଦ୍ରଭାଗାରେ ବୁଡ଼ ପକାଇବା ସହ ସୂର୍ଯ୍ୟ ଦେବତାଙ୍କ ଆରାଧନା କରିବା ପରେ ସେ କୁଷ୍ଠ ରୋଗରୁ ଭଲ ହୋଇଥିଲେ । ସୂର୍ଯ୍ୟ ଦେବତାଙ୍କ ପୂଜା ଲାଗି ଆଜି ଘରେ ବିଭିନ୍ନ ପ୍ରକାରର ପିଠା ପ୍ରସ୍ତୁତ କରିବା ସହ ଘାଣ୍ଟ ତରକାରୀ କରି ସୂର୍ଯ୍ୟଦେବତାଙ୍କ ପୂଜାର୍ଚ୍ଚନା କରାଯାଉଛି ।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/jGOrz2P
No comments:
Post a Comment