କିଛିଦିନର ବ୍ୟବଧାନ ପରେ ପୁଣି ସେ ଅସୁସ୍ଥ ହୋଇ ପଡ଼ିଛନ୍ତି ପଦ୍ମଶ୍ରୀ କମଳା ପୂଜାରୀ । ତାଙ୍କୁ ପ୍ରଥମେ ଜୟପୁରସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ପରେ କଟକ ବଡମେଡିକାଲ ସ୍ଥାନାନ୍ତର କରାଯାଇଛି । କମଳା ପୂଜାରୀଙ୍କର ସଂକ୍ରମଣ ଓ କ୍ରୋନିକ ସମସ୍ୟା ଥିବା ନେଇ ସୂଚନା ମିଳିଛି ।
ଗତକାଲି ବିଳମ୍ବିତ ରାତିରେ ଜୟପୁରରୁ ସ୍ୱତନ୍ତ୍ର ଆମ୍ବୁଲାନ୍ସ ଯୋଗେ ତାଙ୍କୁ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଛି । ସେଠାରେ ଛଅଜଣିଆ ଡାକ୍ତରି ଟିମ୍ଙ୍କ ତତ୍ତ୍ୱାବଧାନରେ ତାଙ୍କର ଚିକିତ୍ସା ଚାଲିଥିଲା। ମାତ୍ର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ଗତରାତିରେ ତାଙ୍କୁ କଟକ ଏସସିବି ସ୍ଥାନାନ୍ତର କରାଯାଇଛି।
ଏଠାରେ ମେଡିସିନ୍ ଓ ପଲ୍ୟୁମନାରୀ ବିଭାଗର ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ତାଙ୍କର ଚିକିତ୍ସା ଆରମ୍ଭ କରିଛନ୍ତି। ତାଙ୍କୁ ନ୍ୟୁ ମେଡିସିନ ୱାର୍ଡର ସ୍ୱତନ୍ତ୍ର କ୍ୟାବିନରେ ରଖାଯାଇଛି।
ଗତ ୨୦୨୨ ଅଗଷ୍ଟ ୨୫ ତାରିଖରେ ପଦ୍ମଶ୍ରୀ କମଳା ପୂଜାରୀଙ୍କୁ କଟକ ଏସସିବି ମେଡିକାଲରେ ଗୁରୁତର ଅବସ୍ଥାରେ ଭର୍ତ୍ତି କରାଯାଇଥିଲା। ସେତେବେଳେ ତାଙ୍କର କିଡନୀଜନିତ ସମସ୍ୟା ଥିଲା। ସ୍ୱାସ୍ଥ୍ୟ ଅବସ୍ଥା ଠିକ ହେବାରୁ ତାଙ୍କୁ ଅଗଷ୍ଟ ୨୯ ତାରିଖରେ ଡିସଚାର୍ଜ କରାଯାଇଥିଲା। ଏବେ ପୁଣି ଥରେ ତାଙ୍କର କିଡନୀଜନିତ ସମସ୍ୟା ବାହାରିଥିବା ଜଣାଯାଇଛି।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/KBRbGno
No comments:
Post a Comment