ନାବାଳକ ଉପରେ ମାଡ଼ିଗଲା କାର୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 22, 2024

ନାବାଳକ ଉପରେ ମାଡ଼ିଗଲା କାର୍

ନାବାଳକ ଉପରେ ମାଡ଼ିଗଲା କାର୍। ରାଜଧାନୀ ଭୁବନେଶ୍ୱର ୟୁନିଟ୍-୨ ଅଂଚଳ ବିଧାନସଭା ପଛ ପଟ ବସ୍ତିରେ ଏହି ଦୁର୍ଘଟଣା ଘଟିଛି। ଆହତ ପିଲାଟିକୁ ହସପିଟାଲରେ ଭର୍ତ୍ତି କରାଯାଇଛି।

ଗତକାଲି ରାତିରେ ଏକ କାର୍ ଦ୍ରୁତ ଗତିରେ ଆସି ବିଧାନସଭା ପଛ ପଟ ବସ୍ତିରେ ଥିବା ପାଚେରୀକୁ ଧକ୍କା ଦେଇଥିଲା। ପରେ ନାବାଳକକୁ ଧକ୍କା ଦେଇଥିଲା। ବସ୍ତି ବାସିନ୍ଦା ଦୌଡ଼ି ଆସିବାରୁ ଗାଡ଼ିରେ ଥିବା ୩ ଜଣ ଯୁବକ ସେଠାରୁ ଫେରାର ହୋଇଯାଇଥିଲେ।

ସ୍ଥାନୀୟ ଲୋକେ ପିଲାଟିକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେ ଉତ୍ତ୍ୟକ୍ତ ବସ୍ତି ବାସିନ୍ଦା ଦୁର୍ଘଟଣା ଘଟାଇଥିବା ଗାଡିଟିକୁ ଅଟକ ରଖି କ୍ଷତିପୂରଣ ଦାବିରେ ଅଡି ବସିଥିଲେ। କ୍ୟାପିଟାଲ ଥାନା ପୁଲିସ ଘଟଣାସ୍ଥଳରେ ସ୍ଥଳରେ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲା। ପରେ ଉତ୍ତେଜନା ଥମିଥିଲା। ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/bi8VhTO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages