
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ହେଉଛି ଇଦ୍ ଉଲ୍ ଜୁହା। ତ୍ୟାଗ ଓ ବଳିଦାନର ପର୍ବ ଇଦ୍ ଉଲ୍ ଜୁହାକୁ ଧୁମ୍ଧାମ୍ରେ ପାଳନ କରାଯାଉଛି। ଏଥିପାଇଁ ରାଜ୍ୟର ସବୁ ମସ୍ଜିଦ୍ ଚଳଚଞ୍ଚଳ ହୋଇପଡ଼ିଛି। ରାଜଧାନୀ ଭୁବନେଶ୍ୱର ସମତେ ଐତିହାସିକ ସହର କଟକ, ଭଦ୍ରକ, ରାଉରକେଲା ସମେତ ବିଭିନ୍ନ ସ୍ଥାନରେ ଇଦ୍ ଉଲ୍ ଜୁହା ଧୁମ୍ଧାମ୍ରେ ପାଳିତ ହେଉଛି।

ଭୁବନେଶ୍ୱର ୟୁନିଟ୍ ୪ ସ୍ଥିତି ମସଜିଦ୍ରେ ମୁସଲିମ୍ ଭାଇମାନେ ଇଦ୍ ପାଳନ କରିଥିଲେ। ଏହାସହ ରାଜଧାନୀରେ ଥିବା ଅନ୍ୟ ମସଜିଦ୍ରେ ମଧ୍ୟ ଉତ୍ସାହର ସହ ଇଦ୍ ପାଳିତ ହୋଇଛି।

ଭଦ୍ରକ ଇଦ୍ଗହା ମୈଦାନରେ ପବିତ୍ର ଇଦ୍ ଉଲ୍ ଜୁହା ପାଳିତ ହୋଇଛି। ଶତାଧିକ ଇସ୍ଲାମ୍ ଧର୍ମାବଲମ୍ବୀ ଏକାଠି ହୋଇ ନମାଜ ପାଠ କରିଥିଲେ। ବିଭିନ୍ନ ରାଜନୈତିକ ଦଳର ନେତାମାନେ ଯୋଗ ଦେଇ ମୁସଲିମ୍ ଭାଇମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ।
ସୁରକ୍ଷା ପାଇଁ ଭଦ୍ରକ ଇଦ୍ଗହା ମୈଦାନରେ ୧୩ ପ୍ଲାଟୁନ୍ ପୁଲିସ୍ ମୁତୟନ କରାଯାଇଥିଲା। ଜିଲ୍ଲାର ଅନ୍ୟାନ୍ୟ ମସ୍ଜିଦ୍ରେ ସମୂହ ନମାଜ ପାଠ କରାଯାଇଥିଲା।
ରାଉରକେଲାରେ ମଧ୍ୟ ଉତ୍ସାହର ସହ ଇଦ୍ ଉଲ୍ ଜୁହା ପାଳନ କରାଯାଇଛି। ସହରର ପ୍ଲାଣ୍ଟ ସାଇଟ୍ ରୋଡ୍ ସ୍ଥିତ ଇଦ୍ଗହା ମଇଦାନରେ ସମୂହ ନମାଜ ପାଠ କରାଯାଇଥିଲା। ପାନପୋଷ ଓ ବିଶ୍ରା ଆଦି ସ୍ଥାନରେ ମଧ୍ୟ ଇଦ୍ ଉଲ୍ ଜୁହା ପାଳନ କରାଯାଇଛି।
ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ମସ୍ଜିଦ୍ରେ ଇଦ୍ ଉଲ୍ ଜୁହା ପାଳନ କରାଯାଇଛି।

କଟକରେ ମଧ୍ୟ ବେଶ୍ ଆନନ୍ଦ ଉଲ୍ଲାସରେ ପାଳିତ ହୋଇଛି ଇଦ୍ ଉଲ୍ ଜୁହା। ସହରର ବିଭିନ୍ନ ମସ୍ଜିଦ୍ରେ ଇସଲାମ ଧର୍ମାବଲମ୍ବୀ ଏକାଠି ହୋଇ ନମାଜ ପାଠ କରିଥିଲେ। ନମାଜ ପରେ ପରସ୍ପରକୁ ଇଦ୍ ମୁବାରକ ଜଣାଇଥିଲେ।

ମୁସଲମାନ ସଂପ୍ରଦାୟର ଭାଇଭଉଣୀଙ୍କ ଘରେ ଘରେ ସୁସ୍ୱାଦୁ ବ୍ୟଞ୍ଜନ ସାଙ୍ଗକୁ ମଉଜର ଆସର ଜମିଛି। ଏହା ସହିତ ଗରିବ ଦୁଃଖୀରଙ୍କିଙ୍କୁ ଦାନ କରୁଛନ୍ତି।
ଭୁବନେଶ୍ୱରର ୟୁନିଟ୍ ୪ ସ୍ଥିତ ମସ୍ଜିଦ୍ରେ ମଧ୍ୟ ଏଥିପାଇଁ ଭିଡ଼ ଦେଖିବାକୁ ମିଳିଥିଲା।
ବାଲେଶ୍ୱର ଜିଲ୍ଲାର ବିଭିନ୍ନ ମସ୍ଜିଦ୍ରେ ଇଦ୍ ଉଲ୍ ଜୁହା ପାଇଁ ଏକାଠି ହୋଇଥିଲେ ଇସ୍ଲାମ୍ ଧର୍ମାବଲମ୍ବୀ। ମସଜିଦଗୁଡ଼ିକରେ ସେମାନେ ସମୂହ ନମାଜ କରିଥିଲେ।
from Odisha Reporter https://ift.tt/2w2STxG
No comments:
Post a Comment