ନବଜାତକର ନାଁ ରହିଲା ‘ଏସିଆନ୍‌ ଗେମ୍ସ୍‌’, ଜାଣନ୍ତୁ କେଉଁଠି? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 22, 2018

ନବଜାତକର ନାଁ ରହିଲା ‘ଏସିଆନ୍‌ ଗେମ୍ସ୍‌’, ଜାଣନ୍ତୁ କେଉଁଠି?


ଜାକର୍ତ୍ତା(ଓଡ଼ିଶା ରିପୋର୍ଟର୍‌): ଇଣ୍ଡୋନେସିଆରେ ଚାଲିଥିବା ବିଶ୍ୱର ଦ୍ୱିତୀୟ ସର୍ବବୃହତ୍‌ କ୍ରୀଡ଼ା ମହୋତ୍ସବ ଏସିଆନ୍‌ ଗେମ୍ସ୍‌କୁ ସ୍ମରଣୀୟ ରଖିବା ପାଇଁ ସେଠାକାର ଏକ କ୍ରୀଡ଼ାପ୍ରେମୀ ଦମ୍ପତି ନିଜ ନବଜାତକ କନ୍ୟାର ନାଁ ‘ଏସିଆନ୍‌ ଗେମ୍ସ୍‌’ ରଖିଛନ୍ତି। ଶିଶୁର ପୂରା ନାଁ ରହିଛି ‘ଆବିଦା ଏସିଆନ୍‌ ଗେମ୍ସ୍‌’।

ଝିଅଟି ‘ଏସିଆନ୍‌ ଗେମ୍ସ୍‌’ ଆରମ୍ଭ ହେବାର କିଛି ଦିନ ପୂର୍ବରୁ ଇଣ୍ଡୋନେସିଆର ପାଲେମ୍‌ବାଙ୍ଗ୍‌ ସହରରେ ଜନ୍ମ ଗ୍ରହଣ କରିଥିଲା। ପାଲେମ୍‌ବାଙ୍ଗ୍‌ ମଧ୍ୟ ‘ଏସିଆନ୍ ଗେମ୍ସ୍‌’ର ଯୁଗ୍ମ ପ୍ରଯୋଜକ ସହର।

ପ୍ରଥମେ ଶିଶୁର ବାପା ମା’ ତା’ ନାଁ ଆବିଦା ରଖିଥିଲେ। କିନ୍ତୁ ସେ ଜନ୍ମ ହୋଇଥିବା ସହରରେ ବିଶ୍ୱର ଦ୍ୱିତୀୟ ସର୍ବବୃହତ୍‌ କ୍ରୀଡ଼ା ଚାଲିଥିବାରୁ, ଝିଅ ଏହାକୁ ସବୁଦିନ ମନେ ରଖିବା ଉଦ୍ଦେଶ୍ୟରେ ବାପା ମା’ ତା’ ନାଁର ଶେଷ ଭାଗରେ ‘ଏସିଆନ୍ ଗେମ୍ସ୍‌’ ଯୋଡ଼ିଛନ୍ତି।

ଏହି ଦମ୍ପତିଙ୍କର ପୂର୍ବରୁ ଦୁଇଟି ସନ୍ତାନ ଅଛନ୍ତି।
ଆବିଦାଙ୍କ ମା’ ଭେରା କହିଛନ୍ତି ଯେ ଇଣ୍ଡୋନେସିଆରେ ଏସିଆନ୍ ଗେମ୍ସ୍‌ର ଆୟୋଜନ ସେମାନଙ୍କ ପାଇଁ ଏକ ଐତିହାସିକ ଘଟଣା। ଆଉ ସେହି ସମୟରେ ଶିଶୁର ଜନ୍ମ ସେମାନଙ୍କ ପାଇଁ ଏକ ବିରଳ ଘଟଣା।

ଝିଅ ବଡ଼ ହେଲେ ଯଦି ତାକୁ ଏହି ‘ଏସିଆନ୍ ଗେମ୍ସ୍‌’ ନାଁଟି ଭଲ ଲାଗିବ ନାହିଁ, ତେବେ ଏହାକୁ ପରିବର୍ତ୍ତନ ପାଇଁ ସେ ଓ ତାଙ୍କ ସ୍ୱାମୀ ଅନୁମତି ଦେବେ ବୋଲି ଭେରା ସ୍ପଷ୍ଟ କରିଛନ୍ତି।

ସେହିପରି ଭେରା ଆହୁରି ମଧ୍ୟ କହିଛନ୍ତି, ଯଦି ଝିଅ ପାଖରେ ଖେଳ ପ୍ରତିଭା ଥିବ, ତେବେ ସେମାନେ ଏଥିପାଇଁ ତାକୁ ଯାବତୀୟ ପ୍ରୋତ୍ସାହନ ଯୋଗାଇ ଦେବେ। ତେବେ ଇଣ୍ଡୋନେସିଆ, ବ୍ୟାଡ୍‌ମିଣ୍ଟନ୍‌ରେ ଭଲ ପ୍ରଦର୍ଶନ କରୁଥିବାରୁ ଝିଅ ଭବିଷ୍ୟତରେ ଜଣେ ବ୍ୟାଡ୍‌ମିଣ୍ଟନ୍ ଖେଳାଳି ହେବାକୁ ତାଙ୍କ ସ୍ୱାମୀ ଇଚ୍ଛା କରୁଛନ୍ତି ବୋଲି ଭେରା କହିଛନ୍ତି।

ଅଗଷ୍ଟ ୧୮ତାରିଖରୁ ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତା ଏବଂ ପଡ଼ୋଶୀ ପାଲେମ୍‌ବାଙ୍ଗ୍‌ରେ ଆରମ୍ଭ ହୋଇଥିବା ଏସିଆନ୍‌ ଗେମ୍ସ୍‌ ଆସନ୍ତା ସେପ୍ଟେମ୍ୱର ୨ ତାରିଖ ଯାଏ ଚାଲିବ।

 



from Odisha Reporter https://ift.tt/2N57EX9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages