
ମୁମ୍ବାଇ: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆର୍ଜେଡି ମୁଖ୍ୟ ଲାଲୁପ୍ରସାଦ ଯାଦବଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇଛି। ମୁମ୍ବାଇରେ ଏସିଆନ୍ ହାର୍ଟ ଇନ୍ଷ୍ଟିଚ୍ୟୁଟ୍ରେ ତାଙ୍କର ଚିକିତ୍ସା ଚାଲିଛି। ସଂକ୍ରମଣ କାରଣରୁ ଲାଲୁଙ୍କ ଶରୀର ବିଗିଡ଼ିବାରେ ଲାଗିଛି। ଲାଲୁଙ୍କ ପାଇଁ ତାଙ୍କ ସମର୍ଥକମାନେ ଆରୋଗ୍ୟ କାମନା କରିଛନ୍ତି। ବିଦେଶରୁ ଡାକ୍ତର ଆସି ତାଙ୍କର ଚିକିତ୍ସା କରୁଛନ୍ତି। ଲାଲୁ ଖୁବ୍ ଶୀଘ୍ର ଭଲ ହୋଇଯାଆନ୍ତୁ ବୋଲି ସୋଶାଲ ମିଡିଆରେ ପ୍ରତିକ୍ରିୟା ଆସୁଛି। ଲାଲୁଙ୍କ ପାଖରେ ତାଙ୍କ ପୁଅ ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ଉପସ୍ଥିତ ଅଛନ୍ତି।
୭୦ ବର୍ଷୀୟ ଲାଲୁଙ୍କ ପାଇଁ ଆରୋଗ୍ୟ କାମନା କରିଥିବା ବ୍ୟକ୍ତିମାନଙ୍କୁ ତେଜସ୍ୱୀ ଟ୍ୱିଟ୍ କରି ଧନ୍ୟବାଦ ଜଣାଇଛନ୍ତି। କଂଗ୍ରେସ ନେତା ସଞ୍ଜୟ ନିରୁପମ, ରାଜୀବ ଶୁକ୍ଳା, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ଅଭିନେତା ରିତେଶ ଦେଶମୁଖ୍ଙ୍କୁ ଟ୍ୱିଟ୍ କରି ଧନ୍ୟବାଦ ଜଣାଇଛନ୍ତି ତେଜସ୍ୱୀ। ସୂଚନା ଯୋଗ୍ୟ ଯେ, ପୂର୍ବରୁ ୨୦୧୪ରେ ଏହି ହସପିଟାଲରେ ଲାଲୁଙ୍କର ଏକ ଅସ୍ତ୍ରୋପଚାର ହୋଇଥିଲା।
ଏହି ହସପିଟାଲଟି ହାର୍ଟ ଚିକିତ୍ସା ପାଇଁ ପ୍ରସିଦ୍ଧ। ଲାଲୁଙ୍କର ସହଯୋଗୀ ତଥା ଆଜେଡିର ମହାସଚିବ ଭୋଲା ଯାଦବ କହିଛନ୍ତି ଫୁଡ୍ ପଏଜନ୍ ଯୋଗୁ ଲାଲୁଙ୍କ ଅଧିକ ଆଣ୍ଟିବାୟୋଟିକ୍ ନେବାକୁ ପଡ଼ୁଛି। ସେହିପରି ଲାଲୁଙ୍କ ପୁଅ ତେଜସ୍ୱୀ ଟ୍ୱିଟ୍ କରି କହିଛନ୍ତି ତାଙ୍କ ବାପା ଏକାଧିକ ରୋଗରେ ପୀଡ଼ିତ ଅଛନ୍ତି।
ସୂଚନା ଅନୁଯାୟୀ, ଗୋଖାଦ୍ୟ ଦୁର୍ନୀତୀ ମାମାଲାରେ ଗତ ଜୁନ୍ ମାସରେ ଲାଲୁ ସ୍ୱତନ୍ତ୍ର ସିବିଆଇ କୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ଥ ହୋଇଥିଲେ। ତାଙ୍କୁ ସାଢେ ୩ ବର୍ଷ ଜେଲଦଣ୍ଡାଦେଶ ହୋଇଥିଲା। ହେଲେ ଜେଲରେ ତାଙ୍କର ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେବାରୁ ତାଙ୍କୁ ୨୧ ଦିନ ହସ୍ପିଟାଲରେ ରହିବାକୁ ପଡ଼ିଥିଲା। ପରେ ଝାଡ଼ଖଣ୍ଡ ହାଇକୋର୍ଟ ଲାଲୁଙ୍କ ସ୍ୱାସ୍ଥ୍ୟଗତ ସମସ୍ୟାକୁ ନେଇ ପ୍ରଭିଜନାଲ ବେଲକୁ ଆହୁରି ୬ ମାସ ଅର୍ଥାତ ଅଗଷ୍ଟ ୧୭ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ।
from Odisha Reporter https://ift.tt/2OUm2SA
No comments:
Post a Comment