ଘରେ ଏମିତି ପ୍ରସ୍ତୁତ କରନ୍ତୁ କଞ୍ଚା ଭାକୁର ଶୁଖା ବେସର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 22, 2018

ଘରେ ଏମିତି ପ୍ରସ୍ତୁତ କରନ୍ତୁ କଞ୍ଚା ଭାକୁର ଶୁଖା ବେସର

ଆବଶ୍ୟକ ସାମଗ୍ରୀ: ଗୋଲ ଗୋଲ କରି କଟା ହୋଇଥିବା ଭାକୁର ମାଛ ପିସ୍‌, ଲୁଣ, ହଳଦୀ ଗୁଣ୍ଡ, ଦହି, ସୋରିଷ ତେଲ, କଞ୍ଚାଲଙ୍କା, କଟା ପିଆଜ, ବେସର ବଟା (ସୋରିଷ, ଜିରା ,ରସୁଣ ଓ ଶୁଖିଲା ଲଙ୍କା ବଟା), ଟମାଟୋ, ଲେମ୍ବୁ ରସ, ପାଣି ଓ ଧନିଆ ପତ୍ର।
fishପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଭାକୁର ମାଛକୁ କାଟି ଦେଇ ତାକୁ ଭଲ ଭାବେ ଧୋଇ ଏକ କଡ଼େଇରେ ରଖନ୍ତୁ। ତା’ପରେ ସେଥିରେ ଲୁଣ, ହଳଦୀ, କଟା ପିଆଜ, ଅଳ୍ପ ଦହି, ଲେମ୍ବୁ ରସ, କଟା ଟମାଟୋ, କଞ୍ଚାଲଙ୍କା, ବେସର ଓ ତେଲ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ପରେ ଏକ ଡାଙ୍କୁଣୀ ଘୋଡ଼ାଇ ଦେଇ ମାରିନେଟ୍‌ ହେବା ପାଇଁ ଏହାକୁ କିଛି ସମୟ ସେମିତି ଛାଡ଼ି ଦିଅନ୍ତୁ।
ଏବେ ଅଳ୍ପ ପାଣି ଦେଇ ପୁଣି ଢାଙ୍କୁଣୀ ଘୋଡ଼ାଇ ଚୁଲିରେ ବସାନ୍ତୁ। ମଝିରେ ମଝିରେ ମାଛକୁ ଲେଉଟାଇ ଦିଅନ୍ତୁ। ତା’ପରେ ପୁଣି ଢାଙ୍କୁଣୀ ଘୋଡ଼ାଇ ମାଛ ସିଝିବା ପର୍ଯ୍ୟନ୍ତ ଛାଡ଼ି ଦିଅନ୍ତୁ।
ମାଛ ସିଝିବା ପରେ ତାକୁ ଏକ ପାତ୍ରରେ କାଢ଼ି ଦେଇ ସେଥିରେ ଧନିଆ ପତ୍ର ପକାନ୍ତୁ। ପ୍ରସ୍ତୁତ ହୋଇଗଲା କଞ୍ଚା ଭାକୁର ଶୁଖା ବେସର। ମନେ ରଖିବେ ପାଣି ଅଧିକ ଦେବେ ନାହିଁ।



from Odisha Reporter https://ift.tt/2PrmcBY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages