ଶୁଟିଂରେ ସର୍ଣ୍ଣୋବତ ଦେଲେ ଭାରତକୁ ୪ର୍ଥ ସ୍ୱର୍ଣ୍ଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 22, 2018

ଶୁଟିଂରେ ସର୍ଣ୍ଣୋବତ ଦେଲେ ଭାରତକୁ ୪ର୍ଥ ସ୍ୱର୍ଣ୍ଣ

ଜାକର୍ତ୍ତା: ଚଳିତ ଏସିଆନ୍‌ ଗେମ୍ସର ୪ର୍ଥ ଦିନରେ ଭାରତକୁ ୪ର୍ଥ ସ୍ୱର୍ଣ୍ଣ ଦେଇଛନ୍ତି ମହିଳା ଶୁଟିଂ ତାରକା ରାହି ଜୀବନ ସର୍ଣ୍ଣୋବତ୍‌। ସର୍ଣ୍ଣୋବତ ୨୫

ମିଟିର ପିସ୍ତଲ ଇଭେଣ୍ଟ୍‌ର ଫାଇନାଲ୍‌ ମୁକାବିଲାରେ ଥାଇଲ୍ୟାଣ୍ଡର ୟାଙ୍ଗାପାଇବୋନ୍‌ ନାଫାସୁୱାନ୍‌ଙ୍କୁ ମାତ୍ର ଗୋଟିଏ ପଏଣ୍ଟ୍‌ରେ ହରାଇ ସ୍ୱର୍ଣ୍ଣ ପଦକ ନିଜ ନାଁରେ
କରିଛନ୍ତି।

୨୦୧୪ ଏସିଆନ୍‌ ଗେମ୍ସରେ ସର୍ଣ୍ଣୋବତ ବ୍ରୋଞ୍ଜ୍‌ ପଦକ ଜିତିଥିଲେ। ତେବେ ୨୦୧୦ ଓ ୨୦୧୪ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସେ ସ୍ୱର୍ଣ୍ଣ ପଦକ ଜିତିଥିଲେ।

ସର୍ଣ୍ଣୋବତ୍‌ଙ୍କ ପୂର୍ବରୁ ଗତକାଲି ୧୬ ବର୍ଷୀୟ ସୌରଭ ଚୌଧୁରୀ ଭାରତକୁ ଶୁଟିଂରେ ସ୍ୱର୍ଣ୍ଣ ଦେଇଥିଲେ।

ଚଳିତ ଏସିଆ ଗେମ୍ସରେ ଭାରତର ପଦକ ସଂଖ୍ୟା ୧୧ରେ ପହଞ୍ଚିଛି। ଏଥିମଧ୍ୟରେ ୩ଟି ସ୍ୱର୍ଣ୍ଣ, ୩ଟି ରୌପ୍ୟ ଓ ୪ଟି କାଂସ୍ୟ ପଦକ ରହିଛି।



from Odisha Reporter https://ift.tt/2BAKUgy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages