ପଶ୍ଚିମବଙ୍ଗରେ ‘ମୋମୋ ଚ୍ୟାଲେଞ୍ଜ’ ଆତଙ୍କ, ଜାଣନ୍ତୁ ପୂରା ଘଟଣା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 22, 2018

ପଶ୍ଚିମବଙ୍ଗରେ ‘ମୋମୋ ଚ୍ୟାଲେଞ୍ଜ’ ଆତଙ୍କ, ଜାଣନ୍ତୁ ପୂରା ଘଟଣା

ଜଲପାଇଗୁଡ଼ି: ଘାତକ ‘ବ୍ଲୁ ହ୍ୱିଲ୍‌’ ପରେ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା ଆତ୍ମଘାତୀ  ମୋମୋ ଚ୍ୟାଲେଞ୍ଜ ଏବେ ଭାରତରେ ଦେଖିବାକୁ ମିଳିଛି। ଏହି  ମୋମୋ ଚ୍ୟାଲେଞ୍ଜ ଭୟ ପ୍ରଥମଥର ପାଇଁ ପଶ୍ଚିମବଙ୍ଗର ଜଲପାଇଗୁଡ଼ିରେ ଦେଖିବାକୁ ମିଳିଛି। ଜଣେ କଲେଜ ଛାତ୍ରୀଙ୍କୁ ଏକ ଅଜଣା ନମ୍ବରରୁ ହ୍ୱାଟସ୍‌ଆପ୍‌ରେ ମେସେଜ୍‌ ଆସିବା ସହ  ‘ମୋମୋ ଚ୍ୟାଲେଞ୍ଜ’ ଗ୍ରହଣ କରନ୍ତୁ ବୋଲି କୁହାଯାଇଥିବା, ସେ ପୁଲିସ୍‌ ନିକଟରେ ଅଭିଯୋଗ କରିଛନ୍ତି।

ଏହି ଅଭିଯୋଗ ପରେ ସମଗ୍ର ପଶ୍ଚିମବଙ୍ଗରେ  ମୋମୋ ଚ୍ୟାଲେଞ୍ଜର ଭାଇରସ୍‌ ବ୍ୟାପିବାର ଆଶଙ୍କା ପ୍ରକାଶ ପାଇଛି।

ଛାତ୍ରୀ ଜଣଙ୍କ ଅଭିଯୋଗ ଅନୁଯାୟୀ, କିଛି ଦିନ ତଳେ ମା’ଙ୍କ ସହ ତାଙ୍କର ଝଗଡ଼ା ହୋଇଥିଲା। ଏ ସମ୍ପର୍କରେ ସେ ସୋଶାଲ୍‌ ମଡିଆରେ ପୋଷ୍ଟ୍‌ ମଧ୍ୟ କରିଥିଲେ। ଏଥିରେ ସେ ଜୀବନ ହାରିଦେବେ ବୋଲି ମଧ୍ୟ ଭାବପ୍ରବଣ ହୋଇ ଲେଖିଥିଲେ।

ହେଲେ ଏହି ଘଟଣାର କିଛି ସମୟରେ ଏକ ଅଜଣା ନମ୍ବରରୁ ଛାତ୍ରୀ ଜଣଙ୍କ ହ୍ୱାଟସ୍‌ଆପ୍‌କୁ ଏକ ମେସେଜ୍‌ ଆସିଥିଲା। ଏଥିରେ  ମୋମୋ ଚ୍ୟାଲେଞ୍ଜ ଗ୍ରହଣ କରିବାକୁ ଛାତ୍ରୀଙ୍କୁ ଆମନ୍ତ୍ରଣ କରାଯାଇଥିଲା।

ଛାତ୍ରୀ ଜଣଙ୍କ ଉକ୍ତ ମେସେଜ୍‌ ପଠାଇଥିବା ବ୍ୟକ୍ତିଙ୍କ ପରିଚୟ ଜାଣିବା ପାଇଁ ଚାହିଁବାରୁ ସେ ମୌଖିକ ଭାବେ ଏହାର ଉତ୍ତର ଦେଇଥିଲେ। ଏଭଳି ଏକ ପରିସ୍ଥିତିର ସମ୍ମୁଖୀନ ହେବା ପରେ ଛାତ୍ରୀ ଜଣଙ୍କ ଡରିଯିବା ସହ ତାଙ୍କ ଭାଇଙ୍କୁ ସବୁକଥା କହିଥିଲେ। ଏହାପରେ ଉଭୟ ପୁଲିସ୍‌ ନିକଟରେ ଏନେଇ ଅଭିଯୋଗ କରିଛନ୍ତି। ପୁଲିସ୍‌ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ମୋମୋ ଚ୍ୟାଲେଞ୍ଜ ହେଉଛି ବ୍ଲୁ-ହ୍ୱିଲ୍‌ ପରି। ପ୍ରଥମେ ଜଣେ ବ୍ୟକ୍ତିଙ୍କୁ କିଛି ଅଜବ ଚ୍ୟାଲେଞ୍ଜ ମିଳିବ ଏବଂ ଶେଷରେ ଆତ୍ମହତ୍ୟା କରିବାକୁ ବାଧ୍ୟ କରାଯିବ।



from Odisha Reporter https://ift.tt/2BBkaMM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages