
ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ଦେଶର ପ୍ରଥମ ଇଲେକ୍ଟ୍ରିକ୍ ହାଇବ୍ରିଡ୍ ସ୍କୁଟର୍ ‘ଇକ୍ୟୁବି’ (iQube) ଆସନ୍ତାକାଲି ଭାରତୀୟ ବଜାରରେ ଲଞ୍ଚ୍ ହେବ। ଲୋକପ୍ରିୟ ବାଇକ୍ ନିର୍ମାଣକାରୀ କମ୍ପାନୀ ‘ଟିଭିଏସ୍’ ଏହି ହାଇବ୍ରିଡ୍ ଇଲେକ୍ଟ୍ରିକ୍ ବାଇକ୍କୁ ଲଞ୍ଚ୍ କରିବାକୁ ଯାଉଛି।
ପୂର୍ବରୁ ଟିଭିଏସ୍ କମ୍ପାନୀ ଏହି ହାଇବ୍ରିଡ୍ ସ୍କୁଟର୍କୁ ଅଟୋ-ଏକ୍ସପୋ ୨୦୧୦ରେ ପ୍ରଦର୍ଶନ କରିଥିଲା। ଅଟୋ ଏକ୍ସପୋରେ ଗ୍ରାହକ ଏହାକୁ ଖୁବ୍ ପସନ୍ଦ କରିଥିଲେ। ଦୀର୍ଘ ୮ ବର୍ଷ ପରେ କମ୍ପାନୀ ଏହାକୁ ଭାରତରେ ଲଞ୍ଚ୍ କରିବ।
ଯୁବପୀଢ଼ିକୁ ପସନ୍ଦ ଆସିଲା ଭଳି ଏହି ସ୍କୁଟର୍ଟିରେ ସମସ୍ତ ସୁବିଧା ଦିଆଯାଇଛି। ଏହାର ସ୍ମାର୍ଟ୍ ଲୁକ୍ ନିଶ୍ଚୟ ଯୁବକ ଯୁବତୀଙ୍କୁ ଆକୃଷ୍ଟ କରିବ ବୋଲି କମ୍ପାନୀ ଆଶା ରଖିଛି।

କ’ଣ ରହିଛି ସୁବିଧା?
ଏହି ଟିଭିଏସ୍ ସ୍କୁଟର୍ରେ ୧୧୦-ସିସିର ପେଟ୍ରୋଲ୍ ଇଞ୍ଜିନ୍ ସହିତ ଇଲେକ୍ଟ୍ରିକ୍ ମୋଟର୍ ଦିଆଯାଇଛି। ମୋଟର୍ରେ ୧୫Wh ଓ ୫୦୦Whର ଦୁଇଟି ବିକଳ୍ପ ଦିଆଯାଇଛି। ଯାହାଦ୍ୱାରା ଗ୍ରାହକ ଆବଶ୍ୟକ ଅନୁସାରେ ଏହାର ବ୍ୟବହାର କରିପାରିବେ।
ଶୁଣିବାକୁ ମିଳୁଛି ଯେ କମ୍ପାନୀ ଏହି ହାଇବ୍ରିଡ୍ ଇଲେକ୍ଟ୍ରିକ୍ ସ୍କୁଟର୍କୁ ଅନ୍ୟ ସ୍କୁଟର୍ ତୁଳନାରେ ଖୁବ୍ କମ୍ ଦାମ୍ରେ ବଜାରକୁ ଛାଡ଼ିବ। ଫଳରେ ଗ୍ରାହକ କମ୍ ଦାମ୍ରେ ଅଧିକ ସୁବିଧା ପାଇବେ। ଯାହାଦ୍ୱାର ସ୍କୁଟର୍ ଅଧିକ ବିକ୍ରି ହେବ ବୋଲ କମ୍ପାନୀ ଆଶା କରିଛି।
from Odisha Reporter https://ift.tt/2BBjlDM
No comments:
Post a Comment