
ଲଣ୍ଡନ୍: ନଟିଂହାମ୍ରେ ଚାଲିଥିବା ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟ୍ରେ ଟିମ୍ ଇଣ୍ଡିଆ ବୃହତ ବିଜୟ ସହ ସିରିଜ୍କୁ କମ୍ ବ୍ୟାକ୍ କରିଛି। ପ୍ରଥମ ଇନିଂସ୍ରେ ଅଲରାଉଣ୍ଡର ହାର୍ଦ୍ଦିକ ଓ ଦ୍ୱିତୀୟ ଇନିଂସ୍ରେ ସ୍ପିଡ୍ଷ୍ଟାର ଯଶପ୍ରୀତ୍ ବୁମ୍ରା, ପ୍ରତ୍ୟେକ ୫ଟି ଲେଖାଏ ୱିକେଟ୍ ନେଇ ଏହି ବିଜୟର ମଙ୍ଗୁଆଳ ସାଜିଛନ୍ତି। ଟିମ୍ ଇଣ୍ଡିଆ ଘରୋଇ ଇଂଲିଶ ଟିମ୍କୁ ୨୦୩ ରନ୍ରେ ପରାସ୍ତ କରିଛି। ଦ୍ୱିତୀୟ ପାଳିରେ ୫୨୧ ରନ୍ ଟାର୍ଗେଟର ପିଛା କରୁଥିବା ଇଂଲଣ୍ଡ ୩୧୭ ରନ୍ରେ ଅଲଆଉଟ୍ ହୋଇଛି। ଅଶ୍ୱିନ ଭାରତ ପାଇଁ ଶେଷ ୱିକେଟ୍ ନେଇଛନ୍ତି।
ଏହି ବିଜୟ ସହ ଚଳିତ ଇଂଲଣ୍ଡ ବିପକ୍ଷ ୫ଟିକିଆ ସିରିଜ୍ରେ ଭାରତର ସ୍ଥିତି ୧-୨କୁ ଆସିଛି।
from Odisha Reporter https://ift.tt/2o07jdo
No comments:
Post a Comment