
ନୂଆଦିଲ୍ଲୀ: ଗୋଟିଏ କ୍ୟାଲଣ୍ଡର ବର୍ଷରେ ସର୍ବାଧିକ ଆୟ କରୁଥିବା ମହିଳା ଆଥ୍ଲେଟ୍ଙ୍କ ତାଲିକା ଆଜି ଫୋର୍ବସ ପକ୍ଷରୁ ପ୍ରକାଶ ପାଇଛି। ଏହି ତାଲିକାର ପ୍ରଥମ ୧୦ ଜଣ ମହିଳା ଆଥ୍ଲେଟ୍ଙ୍କ ମଧ୍ୟରେ ଭାରତର ବ୍ୟାଡ୍ମିଣ୍ଟନ୍ ଲଳନା ତଥା ଅଲମ୍ପିକ୍ ରୌପ୍ୟ ପଦକ ବିଜୟିନୀ ପିଭି ସିନ୍ଧୁଙ୍କୁ ସ୍ଥାନ ମିଳିଛି।
ଫୋର୍ବସ୍ ତାଲିକାରେ ସ୍ଥାନ ପାଇବାରେ ସିନ୍ଧୁ ହେଉଛନ୍ତି ପ୍ରଥମ ଭାରତୀୟ ମହିଳା ଆଥଲେଟ୍। ଏହା ସହିତ ସେ ଏକ ଇତିହାସ ରଚିଛନ୍ତି। ସିନ୍ଧୁ ଏହି ତାଲିକାର ୭ମ ସ୍ଥାନରେ ରହିଛନ୍ତି।
କ୍ରମାଗତ ତୃତୀୟ ଥର ପାଇଁ ଟେନିସ୍ ତାରକା ସେରେନା ୱିଲୟମ୍ସ ତାଲିକାର ୧ ନଂ ସ୍ଥାନରେ ରହିବାର ବିରଳ ରେକର୍ଡ ସୃଷ୍ଟି କରିଛନ୍ତି।
ଫୋର୍ବସ୍ ତାଲିକା ଅନୁସାରେ ସିନ୍ଧୁ ବାର୍ଷିକ ୮.୫ ମିଲିୟନ୍ ଡଲାର (ପ୍ରାୟ ୫୯ କୋଟି) ଆୟ କରୁଛନ୍ତି।
ସେହିପରି ୧ ନଂ ସ୍ଥାନରେ ଥିବା ସେରେନାଙ୍କ ବାର୍ଷିକ ଆୟ ହେଉଛି ୧୮.୧ ମିଲିୟନ୍ ଡଲାର।
ଟପ୍ ୧୦ରେ ଥିବା ସମସ୍ତ ମହିଳା ଆଥ୍ଲେଟ୍ ଟେନିସ୍ ଖେଳାଳି ହୋଇଥିବା ବେଳେ କେବଳ ୭ମ ସ୍ଥାନରେ ଥିବା ସିନ୍ଧୁ ବ୍ୟାଡ୍ମିଣ୍ଟନ ଓ ନବମ ସ୍ଥାନରେ ଥିବା ଡ୍ୟାନିକା ପ୍ୟାଟ୍ରିକ୍ କାର୍ ରେସର୍। ଡ୍ୟାନିକାଙ୍କ ବାର୍ଷିକ ଆୟ ହେଉଛି ୭.୫ ମିଲିୟନ୍ ଡଲାର।
from Odisha Reporter https://ift.tt/2MuHrVV
No comments:
Post a Comment